ନ୍ୟୁଜ ଡେକ୍ସ : ଭାରତୀୟ ସେନାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନୂତନ ନିଯୁକ୍ତି ଘୋଷଣା ହୋଇଛି। ଲେଫ୍ଟନାଣ୍ଟ ଜେନେରାଲ ପୁଷ୍ପେନ୍ଦ୍ର ପାଲ ସିଂହ ୱେଷ୍ଟର୍ଣ୍ଣ କମାଣ୍ଡର ନୂତନ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ଏହି ପଦବୀରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାରଙ୍କ ସ୍ଥାନ ଗ୍ରହଣ କରିଛନ୍ତି।
ଏହି ନିଯୁକ୍ତି ସେନାର କୌଶଳଗତ ଓ ପ୍ରଶାସନିକ କ୍ଷେତ୍ରରେ ନୂତନ ଦିଗ ଆଣିବ ବୋଲି ଆଶା କରାଯାଉଛି। ଲେଫ୍ଟନାଣ୍ଟ ଜେନେରାଲ ପୁଷ୍ପେନ୍ଦ୍ର ପାଲ ସିଂହ ପାରାଚ୍ୟୁଟ ରେଜିମେଣ୍ଟର ଜଣେ ପ୍ରଶିକ୍ଷିତ ଓ ଅଭିଜ୍ଞ ଅଧିକାରୀ। ସେ ଡିସେମ୍ବର ୧୯୮୭ରେ ପାରାଚ୍ୟୁଟ ରେଜିମେଣ୍ଟର ଚତୁର୍ଥ ବାଟାଲିୟନରେ ଯୋଗଦେଇଥିଲେ ଓ ସେଠାରୁ ତାଙ୍କ ସେନାଜୀବନର ଆରମ୍ଭ ହୋଇଥିଲା। ଦୀର୍ଘ ସେବାଜୀବନରେ ସେ ବିଭିନ୍ନ ସମ୍ବେଦନଶୀଳ ଏବଂ ଚାଲେଞ୍ଜିଙ୍ଗ ଅଞ୍ଚଳରେ କାର୍ଯ୍ୟ କରି ଦକ୍ଷତା ପ୍ରମାଣ କରିଛନ୍ତି।ତାଙ୍କର ନେତୃତ୍ୱ ଦକ୍ଷତା, କୌଶଳ ଓ ଅନୁଭବକୁ ଦୃଷ୍ଟିରେ ରଖି ସେହିପରି ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ଦାୟିତ୍ୱ ତାଙ୍କୁ ଦିଆଯାଇଛି। ୱେଷ୍ଟର୍ଣ୍ଣ କମାଣ୍ଡ ଭାରତୀୟ ସେନାର ଅତ୍ୟନ୍ତ ରଣନୀତିକ ମହତ୍ୱର ଏକ ଅଂଶ ଥିବାରୁ, ଏହି ଦାୟିତ୍ୱ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଓ ସୁଯୋଗ ଉଭୟ।
ସେନାର ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ନିଯୁକ୍ତିକୁ ସ୍ୱାଗତ କରିଥିବାବେଳେ, ପୁଷ୍ପେନ୍ଦ୍ର ପାଲ ସିଂହଙ୍କ ନେତୃତ୍ୱରେ ୱେଷ୍ଟର୍ଣ୍ଣ କମାଣ୍ଡ ଆହୁରି ସୁଦୃଢ଼ ଓ କ୍ଷମତାଶୀଳ ହେବ ବୋଲି ଆଶା ପ୍ରକାଶ ପାଇଛି।ଲେଫ୍ଟନାଣ୍ଟ ଜେନେରାଲ ପୁଷ୍ପେନ୍ଦ୍ର ପାଲ ସିଂହ ପାରାଚ୍ୟୁଟ ରେଜିମେଣ୍ଟର ଜଣେ ପ୍ରଶିକ୍ଷିତ ଓ ଅଭିଜ୍ଞ ଅଧିକାରୀ। ସେ ଡିସେମ୍ବର ୧୯୮୭ରେ ପାରାଚ୍ୟୁଟ ରେଜିମେଣ୍ଟର ଚତୁର୍ଥ ବାଟାଲିୟନରେ ଯୋଗଦେଇଥିଲେ ଓ ସେଠାରୁ ତାଙ୍କ ସେନାଜୀବନର ଆରମ୍ଭ ହୋଇଥିଲା।
ଦୀର୍ଘ ସେବାଜୀବନରେ ସେ ବିଭିନ୍ନ ସମ୍ବେଦନଶୀଳ ଏବଂ ଚାଲେଞ୍ଜିଙ୍ଗ ଅଞ୍ଚଳରେ କାର୍ଯ୍ୟ କରି ଦକ୍ଷତା ପ୍ରମାଣ କରିଛନ୍ତି।ତାଙ୍କର ନେତୃତ୍ୱ ଦକ୍ଷତା, କୌଶଳ ଓ ଅନୁଭବକୁ ଦୃଷ୍ଟିରେ ରଖି ସେହିପରି ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ଦାୟିତ୍ୱ ତାଙ୍କୁ ଦିଆଯାଇଛି। ୱେଷ୍ଟର୍ଣ୍ଣ କମାଣ୍ଡ ଭାରତୀୟ ସେନାର ଅତ୍ୟନ୍ତ ରଣନୀତିକ ମହତ୍ୱର ଏକ ଅଂଶ ଥିବାରୁ, ଏହି ଦାୟିତ୍ୱ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଓ ସୁଯୋଗ ଉଭୟ।

