Sat. Apr 18th, 2026

ନ୍ୟୁଜ ଡେକ୍ସ : ୟୁରୋପର ଭୂମିରେ ଏବେ ଏକ ନୂଆ ନିଷ୍ପତ୍ତି ନେଇ ଚାପା ଉତ୍ତେଜନା। ଜର୍ମାନୀ ସରକାରଙ୍କ ହଠାତ୍ ଲାଗୁ ହୋଇଥିବା ନୂଆ ନିୟମ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଠାଇଦେଇଛି। ଏହି ନିୟମ ଅନୁସାରେ ୧୭ରୁ ୪୫ ବର୍ଷ ବୟସର ଯୁବକମାନେ ଏବେ ସହଜରେ ଦେଶ ଛାଡିପାରିବେ ନାହିଁ। ବିଦେଶ ଯିବା ପୂର୍ବରୁ ନିଆଯିବ ଅନୁମତି, ଏବଂ ୩ ମାସରୁ ଅଧିକ ସମୟ ବାହାରେ ରହିବାକୁ ମଧ୍ୟ ନିଷେଧ।

ଯେଉଁ ନିୟମ ପୂର୍ବରୁ କେବଳ ଯୁଦ୍ଧ କିମ୍ବା ଜରୁରୀ ସମୟରେ ଲାଗୁ ହେଉ ଥିଲା, ସେହି ନିୟମ ଏବେ ସାଧାରଣ ସମୟରେ ଲାଗୁ ହେବା ଘଟଣା ଚର୍ଚ୍ଚାକୁ ଆହୁରି ଗଭୀର କରିଛି। କାହିଁକି ଏତେ କଠୋର ପଦକ୍ଷେପ? ସରକାରୀ ମହଳରୁ ମିଳୁଥିବା ସୂଚନା ଅନୁସାରେ, ସେନାର ଶକ୍ତି ବୃଦ୍ଧି ପାଇଁ ଏହା ଏକ ରଣନୀତିକ ଚାଲ୍। ଏବେର ୧.୮୪ ଲକ୍ଷ ସୈନିକ ସଂଖ୍ୟାକୁ ବଢ଼ାଇ ୨.୭୦ ଲକ୍ଷକୁ ନେବା ଲକ୍ଷ୍ୟ ରଖାଯାଇଛି। ଏହି ସମୟରେ ଏକ ଆଉ ଚିନ୍ତାଜନକ ପ୍ରସଙ୍ଗ ଆସୁଛି, ସେନା ନିକଟରେ ଯୁବକମାନଙ୍କ ତଥ୍ୟ ଥିଲେ, ସେମାନଙ୍କୁ ଯେକୌଣସି ସମୟରେ ଡାକାଯାଇପାରିବ।

ଏହା କେବଳ ଏକ ପ୍ରଶାସନିକ ନିୟମ ନୁହେଁ, ବରଂ ଆଗାମୀ ଅନିଶ୍ଚିତ ପରିସ୍ଥିତି ପାଇଁ ଏକ ପ୍ରସ୍ତୁତି ବୋଲି ଅନେକେ ମନେ କରୁଛନ୍ତି।ୟୁରୋପରେ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ଏହାର ପଛରେ ଥିବା ମୁଖ୍ୟ କାରଣ ବୋଲି କୁହାଯାଉଛି। ଗୋଟିଏ ପରେ ଗୋଟିଏ ଦେଶ ନିଜ ସୁରକ୍ଷାକୁ ମଜବୁତ କରିବାରେ ଲାଗିପଡ଼ିଛନ୍ତି।କିନ୍ତୁ ପ୍ରଶ୍ନ ହେଉଛି ଏହା କେବଳ ସତର୍କତା, ନା କି ଆସୁଥିବା କୌଣସି ବଡ଼ ସଂକଟର ଆଗମନ ସଙ୍କେତ?ନିରବତା ମଧ୍ୟରେ ଜର୍ମାନୀର ଏହି ପଦକ୍ଷେପ ଏବେ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରୁଛି… କିଛି ବଡ଼ ଘଟିବାକୁ ଯାଉଛି କି?

Leave a Reply

Your email address will not be published. Required fields are marked *