ନ୍ୟୁଜ ଡେକ୍ସ : ପ୍ରବାସୀ ଶ୍ରମିକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ସଚିବଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଏଣିକି ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ଗ୍ୟାସ୍ ସିଲିଣ୍ଡରର FTL ଦୈନିକ କୋଟାକୁ ଦୁଇଗୁଣା କରାଯିବ ବୋଲି ସୂଚନା ମିଳିଛି।ପ୍ରତି ରାଜ୍ୟରେ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ରାଜ୍ୟଗୁଡ଼ିକରେ ଥିବା ବିଭିନ୍ନ ବିତରଣ କେନ୍ଦ୍ରମାନଙ୍କୁ ଚାହିଦା ମୁତାବକ ଯୋଗାଣ ବଢ଼ାଇବାକୁ କୁହାଯାଇଛି, ଯାହା ଫଳରେ ଶ୍ରମିକମାନେ ସହଜରେ ରନ୍ଧନ ଗ୍ୟାସ ପାଇପାରିବେ।ଦେଶର ବିଭିନ୍ନ ପ୍ରାନ୍ତରେ କାମ କରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ରନ୍ଧନ ଗ୍ୟାସ ସୁବିଧା ଯୋଗାଇବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ବୋଲି ସଚିବ କହିଛନ୍ତି।
ଘର ଛାଡ଼ି ବାହାରେ ରହୁଥିବା ଶ୍ରମିକମାନଙ୍କୁ ଅଧିକ ସଂଖ୍ୟାରେ ଏବଂ ସହଜ ଭାବରେ ଗ୍ୟାସ୍ ଉପଲବ୍ଧ କରାଇବାକୁ ଏହି ଯୋଜନା ଆରମ୍ଭ ହୋଇଛି।ଏହା ସହ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଓ ସେମାନଙ୍କର ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗକୁ ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ପ୍ରବାସୀ ଶ୍ରମିକମାନେ ଅଧିକ ସୁବିଧା ପାଇବେ ବୋଲି ଆଶା କରାଯାଉଛି।

