Thu. Apr 30th, 2026

ନ୍ୟୁଜ ଡେକ୍ସ : ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ତାତିରେ ସାମାନ୍ୟ ହ୍ରାସ ଦେଖାଯାଇଛି। ଝାରସୁଗୁଡ଼ା, ହୀରାକୁଦ ଏବଂ ସମ୍ବଲପୁର ଭଳି ଅଞ୍ଚଳରେ ପାରଦ ତଳମୁହଁା ହୋଇଥିବାରୁ ଲୋକମାନେ କିଛି ରାହତ ଅନୁଭବ କରିଛନ୍ତି। ତଥାପି ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା ଉଚ୍ଚ ରହିଛି। ବୁଧବାର ବଲାଙ୍ଗିରରେ ସର୍ବାଧିକ ୪୩.୨ ଡିଗ୍ରୀ ସେଲସିଅସ୍‌ ତାପମାତ୍ରା ରେକର୍ଡ ହୋଇଥିଲା।

ବୌଦ୍ଧରେ ୪୨.୬, ଅନୁଗୋଳ, ତାଳଚେର ଓ ଟିଟିଲାଗଡ଼ରେ ୪୨.୫, ଝାରସୁଗୁଡ଼ାରେ ୪୨.୪ ଏବଂ ସୁବର୍ଣ୍ଣପୁରରେ ୪୨.୨ ଡିଗ୍ରୀ ରହିଛି।ସୁନ୍ଦରଗଡ଼, ଭବାନୀପାଟଣା ଏବଂ ନୂଆପଡ଼ାରେ ୪୨ ଡିଗ୍ରୀ, ରାଉରକେଲାରେ ୪୧.୨, ଢେଙ୍କାନାଳରେ ୪୧ ଏବଂ ନୟାଗଡ଼ରେ ୪୦.୮ ଡିଗ୍ରୀ ତାପମାତ୍ରା ରହିଥିଲା। ସମ୍ବଲପୁର, ମାଲକାନଗିରି ଓ ବରଗଡ଼ରେ ୪୦.୬ ଡିଗ୍ରୀ, ଭୁବନେଶ୍ୱରରେ ୩୮.୭ ଏବଂ କଟକରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏପରି ସ୍ଥିତିରେ ମେ’ ୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ଅପରାହ୍ଣରେ ପାରାଦ୍ବୀପ, କଟକ, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା ଓ ସୁବର୍ଣ୍ଣପୁର ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସହିତେ ଜୋର ପବନ ମଧ୍ୟ ବହିଥିବା ଦେଖାଯାଇଛି।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଏହି ଅଞ୍ଚଳର କିଛି ସ୍ଥାନରେ ଘଣ୍ଟାପ୍ରତି ୫୦ ରୁ ୬୦ କି.ମି. ବେଗରେ ପବନ ବହିପାରେ ବୋଲି ସଚେତନତା ଜାରି କରାଯାଇଛି।ଏହା ସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ସାବଧାନତା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *