ନ୍ୟୁଜ ଡେସ୍କ: ଆମ ପୃଥିବୀ ରେ ରହିଛି ଲକ୍ଷ ଲକ୍ଷ ଶ୍ମଶାନ କିନ୍ତୁ ଶ୍ରୀକ୍ଷେତ୍ର ପୁରୀରେ ଥିବା ଶ୍ମଶାନ କୁ ସ୍ଵର୍ଗ ଦ୍ଵାର ବୋଲି କୁହଯାଏ ।ଏହି ସ୍ଵର୍ଗ ଦ୍ଵାର ରେ ଅନ୍ତିମ ଦାହ ପାଇଁ ପ୍ରତ୍ଯକେ ଲୋକ ଆଶା ରଖି ଥାନ୍ତି ।କୁହାଯାଏ ଯାଏ ଏହି ସ୍ଵର୍ଗ ଦ୍ଵାର ରେ ଶବ ଦାହ କରିଲେ ମୃତ ବ୍ୟକ୍ତି ର ଆତ୍ମା ସ୍ଵର୍ଗ ଲୋକ ପ୍ରାପ୍ତି ହୋଇ ଥାଏ । କିନ୍ତୁ ରାତ୍ରୀ କାଳ କୌଣସି ବି ଶବ କୁ ଏଠାରେ ଦାହ କର ଯାଏ ନାହିଁ । କାରଣ ସ୍ଵର୍ଗର ବନ୍ଦ ରହିଥାଏ ।
ଏଭଲି କିଛି ସଂସ୍କୃତି ପରମ୍ପରା ଏବଂ ଅଲୌକିକତା ରେ ଭରା ଶ୍ରୀକ୍ଷେତ୍ର ର ସ୍ଵର୍ଗ ଦ୍ଵାର ଏବଂ ପୁରୀ ର ଜଗନ୍ନାଥ ଧାମ ଯାହା ଚାରି ଧାମ ମଧ୍ଯ ରୁ ଅନ୍ୟତମ ଯୋଉଠି କି ପୃଥିବୀର କୋଣ ଅନୁକୋଣ ରୁ ଶ୍ରଦ୍ଧାଳୁ ମାନେ ଦର୍ଶନ ପାଇଁ ଆସି ଥାନ୍ତି । ଏପରି କି ସ୍ଵର୍ଗରୁ ଦେବତା ମାନେ ମଧ୍ଯ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ଥାନ୍ତି ।କିମ୍ବଦନ୍ତୀ ଅନୁସାରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ବଡ ସିଂହାର ବେଶ ଦେଖିବା ପାଇଁ ପ୍ରତ୍ୟେକ ଦିନ ସ୍ଵର୍ଗରୁ ଦେବତା ମାନେ ଶ୍ରୀକ୍ଷେତ୍ର କୁ ଆସି ଥାନ୍ତି, ଶୁଣା ଯାଏ ଯେ ପୂର୍ବରୁ ସମୁଦ୍ର ଦେବ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ଥିଲେ । ସେ ଶ୍ରୀକ୍ଷେତ୍ର କୁ ପାଣି ରେ ଭସାଇ ଦେଇ ଥିଲେ ଓ ଜଗନ୍ନାଥ ଙ୍କର ଆଦେଶ ରେ ହନୁମାନ ସମୁଦ୍ର କୁ ସୁନା ଶିକୁଳି ରେ ବାନ୍ଧି ଦେଇ ଥିଲେ । ପୌରାଣିକ ଅନୁସାରେ ଥରେ ଇନ୍ଦ୍ର ଦେବ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ଙ୍କର ବଡ ସିଂହାର ବେଶ ଦେଖିବା ପାଇଁ ଆସି ଥିଲେ । ହେଲେ ଆନନ୍ଦ ବଜାର ରେ ମହାପ୍ରସାଦ ଦେଖି ତାଙ୍କର ଭୋକ ସମ୍ଭାଳି ନ ହେବାରୁ ସେ ଅମୃତ ମାଠିଆଟି କୁ ଭାଙ୍ଗି ଦେଲେ ।
ସେହି ଠାରେ ଅମୃତ ଯାକ ଢାଳି ଯାଇ ଥିଲା ଓ ମାଠିଆ ର ଥିବା ଏକ ଖପରା କୁ ଉଠାଇ ଇନ୍ଦ୍ର ଦେବ ଏକ ସୁଆଁର କୁ ମହାପ୍ରସାଦ ମାଗୀ କରି ଖାଇଥିଲେ । ଏହିପରି ଭବରେ ପ୍ରତିଦିନ ସେହି ସୁଆଁର ଠୁ ଇନ୍ଦ୍ରଦେବ ମହାପ୍ରସାଦ ସେବନ କରନ୍ତି । ଦିନେ ସୁଆଁର ଜିଦ୍ ଧରି ବସିଲେ କି ମହାପ୍ରସାଦ ର ପାଉଣା ନେବେ । ହେଲେ ସେଦିନ ଇନ୍ଦ୍ର ଦେବ ପାଉଣା ଦେଲେ ନାହିଁ, ଓ ସୁଆଁର ଆଶିର୍ବାଦ ଦେଲେ ତୁ ଯେବେ ବି ମୋତେ ଡାକି ବୁ ମୁଁ ମେଘ ବରଷିବି । ଏହା କହି ଇନ୍ଦ୍ର ଦେବ ଚାଲି ଆସି ଥିଲେ । ପରେ ସୁଆଁର ଇନ୍ଦ୍ର ଦେବ ଙ୍କ ପିଛା କରି କିଛି ବାଟ ଆସିଲେ , ଦେଖିଲେ ଇନ୍ଦ୍ରଦେବ ସଙ୍ଗେ ସଙ୍ଗେ ସ୍ଵର୍ଗ ଲୋକ କୁ ଅନ୍ତର୍ଦ୍ଧାନ ହୋଇ ଥିଲେ।
ଯେଉଁ ସ୍ଥାନ ରୁ ଇନ୍ଦ୍ର ଦେବ ଅନ୍ତର୍ଦ୍ଧାନ ହୋଇ ଥିଲେ , ସୁଆଁର ସେହି ସ୍ଥାନରେ ଏକ କାଠି ପୋତି ଦେଇ ଆସି ଥିଲେ ।ସୁଆଁର ଏହି କଥା ରାଜା ଙ୍କୁ କହି ଥିଲେ । ରାଜା ସୁଆଁର କୁ ପରୀକ୍ଷା ମଧ୍ୟ କରିଥିଲେ ଓ ମେଘ ବରଷି ଥିଲା ।ରାଜା ଏହି ସୁଆଁର କୁ ମେଘ ମଳିଆ ସୁଆଁର ଏବଂ ଯେଉଁଠାରେ ଇନ୍ଦ୍ର ଦେବ ସ୍ଵର୍ଗ କୁ ଯାଇ ଥିଲେ ସେହି ସ୍ଥାନ ର ନାମ ସ୍ଵର୍ଗଦ୍ଵାର ବୋଲି ଘୋଷିତ କରିଲେ ।