ନ୍ୟୁଜ ଡେକ୍ସ : ଭୁବନେଶ୍ୱର ଅବକାରୀ ବିଭାଗ ଚନ୍ଦକା ଛକରୁ ବିପୁଳ ପରିମାଣର ଦେଶୀମଦ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସୀତାରାମ ଦାସ ।ସୂଚନା ଅନୁସାରେ ଭୁବନେଶ୍ୱର ଅଭିମୁଖେ ଚୋରା ଚାଲାଣ ହେଉଥିବା ଦେଶୀମଦ ସମ୍ପର୍କରେ ଅବକାରୀ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ।
ଏହା ପରେ ଭୁବନେଶ୍ୱର ଅବକାରୀ ଟିମ୍ ଚନ୍ଦକା ଛକ ଅଞ୍ଚଳରେ ଜଗି ରହିଥିଲେ ।ଏହି ସମୟରେ ଜଣେ ଯୁବକ ଏକ କାରରେ ବହୁ ପରିମାଣର ଦେଶୀମଦ ଭର୍ତ୍ତି କରି ଭୁବନେଶ୍ୱର ଆସୁଥିବା ବେଳେ ଅବକାରୀ ଟିମ୍ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ କାର ଭିତରୁ ବଡ଼ ବଡ଼ ଜରିରେ ଭର୍ତ୍ତି ହୋଇଥିବା ପ୍ରାୟ ୫୪୦ ଲିଟର ଦେଶୀମଦ ଜବତ କରାଯାଇଥିଲା ।
ଏହାସହ ଚୋରା ଚାଲାଣରେ ବ୍ୟବହୃତ କାରକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି । ଘଟଣାରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଗିରଫ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯାଇଛି ।

