Wed. Jun 17th, 2026

ନ୍ୟୁଜ ଡେକ୍ସ : ବାହାର ଚନ୍ଦନ ଯାତ୍ରା ନୀତି ପାଇଁ କିଛିଦିନ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଆଜିଠାରୁ ପୁଣି ଆରମ୍ଭ ହେବ। ପୂର୍ବ ନିର୍ଦ୍ଧାରିତ ଏସଓପି ଆଧାରରେ ଏହି ଗଣତି କାର୍ଯ୍ୟ ଚାଲିବ। ଆସନ୍ତା ଦୁଇ ଦିନ ଧରି ଭିତର ଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି।

ମଧ୍ୟାହ୍ନ ଧୂପ ପରେ ଅର୍ଥାତ୍ ଅପରାହ୍ନ ପ୍ରାୟ ୪ଟାରୁ ସନ୍ଧ୍ୟା ଧୂପ ଶେଷ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ଚାଲିବ। ଏହି ସମୟରେ ଭିତର କାଠ ଦର୍ଶନ ବନ୍ଦ ରହିବ। ତେବେ ପୂର୍ବଭଳି ଏଥର ମଧ୍ୟ ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।ପୂର୍ବରୁ ୯ ଦିନ ଧରି ଚାଲିଥିବା ଗଣତି ପ୍ରକ୍ରିୟାରେ ପ୍ରାୟ ୫୭ ଘଣ୍ଟା ୮ ମିନିଟ ଧରି ଗଣତି କାର୍ଯ୍ୟ ହୋଇଥିଲା।

ଭିତର ଭଣ୍ଡାରରେ ୪ ଦିନ ଧରି ଗଣତି ହୋଇଥିବାବେଳେ ପ୍ରାୟ ୧୨୦ରୁ ଅଧିକ ରତ୍ନ ଅଳଙ୍କାରର ତାଲିକା ପ୍ରସ୍ତୁତ ହୋଇଥିଲା।ବାହାର ରତ୍ନଭଣ୍ଡାର ଗଣତି ଶେଷ ହେବା ପରେ ଏପ୍ରିଲ ୧୩ରୁ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଭିତର ରତ୍ନଭଣ୍ଡାରର ଗଣତି ସହ ୧୯୭୮ ମସିହାର ତାଲିକା ସହ ମେଳକ କରାଯାଉଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *