Sun. Feb 22nd, 2026

ନ୍ୟୁଜ ଡେକ୍ସ: ଗୁଣାତ୍ମକ ପରୀକ୍ଷଣରେ ଫେଲ୍‌ ହୋଇଯାଇଛି ୪୯ଟି ଔଷଧ। ‌ସେଥିମଧ୍ୟରେ ଲାଇଫ୍ ମ୍ୟାକ୍ସ କ୍ୟାନ୍‌ସର୍‌ ଲାବୋରେଟୋରି ଦ୍ୱାରା ନିର୍ମିତ କ୍ୟାଲସିୟମ୍ ୫୦୦ ଏମ୍‌ଜିଏବଂ ଭିଟାମିନ୍ ଡି୩ ଟାବଲେଟ୍ ମଧ୍ୟ ଅନ୍ତର୍ଭୁକ୍ତ। ଲାଇଫ୍ ମ୍ୟାକ୍ସ କ୍ୟାନସର୍ ଲାବୋରେଟୋରୀ ଦ୍ୱାରା ନିର୍ମିତ କ୍ୟାଲସିୟମ୍ ୫୦୦ ମିଗ୍ରା ଏବଂ ଭିଟାମିନ୍ D3 ଟାବଲେଟ୍ ଗୁଣାତ୍ମକ ମାନ ହାସଲ କରିବାରେ ବିଫଳ ରହିଛି |

ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ ମଧ୍ୟ CDSCO ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି। ଏଥିସହିତ ପାରାସିଟାମୋଲ କ୍ରମାଗତ ଦ୍ୱିତୀୟ ମାସର କ୍ୱାଲିଟି ଟେଷ୍ଟରେ ମଧ୍ୟ ପାସ୍‌ କରିପାରି ନାହିଁ। CDSCO ଜାରି କରିଥିବା ସେପ୍ଟେମ୍ବରର ତାଲିକାରେ ଓମାରିନ୍ ଡି କ୍ୟାପସୁଲ୍, ନିମୁସୁଲାଇଡ୍ + ପାରାସିଟାମଲ୍, କ୍ୟାଲସିୟମ୍ ୫୦୦ ଭିଟାମିନ୍ D3, ପାଣ୍ଟୋପ୍ରାଜୋଲ୍, ପାରାସିଟାମୋଲ୍ ପେଡିଆଟ୍ରିକ୍ ଓରାଲ୍ ସସପେନ୍ସନ୍, ଏସିକ୍କ୍ଲୋଫେନାକ୍, ସେଟ୍ରିଜିନ୍‌ ସିରପ୍ ଇତ୍ୟାଦି ଔଷଧ ସାମିଲ ଅଛି। ଲୋକମାନେ ସାଧାରଣତ ଗ୍ୟାଷ୍ଟ୍ରିକ୍, ଜ୍ୱର, କାଶ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହି ଓଷଧ ବ୍ୟବହାର କରନ୍ତି।

ଏହି ତାଲିକାରେ ସମୁଦାୟ ୪୯ଟି ଔଷଧ ଅଛି ଯାହା ଗୁଣାତ୍ମକ ଯାଞ୍ଚରେ ବିଫଳ ହୋଇଛି। ପରୀକ୍ଷାରେ ଫେଲ୍‌ ହୋଇଥିବା ଉତ୍ପାଦରେ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସର ମେଟ୍ରୋନିଡାଜୋଲ୍ ଟ୍ୟାବଲେଟ୍, ରେନ୍‌ବୋ ଲାଇଫ୍‌ ସାଇନ୍ସର ଡୋମେରିଡୋନ୍ ଟାବଲେଟ୍ ଏବଂ ପୁଷ୍କର ଫାର୍ମାର ଅକ୍ସିଟୋସିନ୍ ଇଞ୍ଜେକ୍ସନ୍ ଅନ୍ତର୍ଭୁକ୍ତ ଥିଲା। ଅନ୍ୟାନ୍ୟ ଉଲ୍ଲେଖନୀୟ ଔଷଧ ମଧ୍ୟରେ ସ୍ୱିସ୍ ବାୟୋଟେକ୍ ପ୍ୟାରେଣ୍ଟେଲସ୍, ଆଲ୍‌କେମ୍‌ ଲାବ୍‌ସର ପ୍ୟାନ୍‌ ୪୦, କର୍ଣ୍ଣାଟକ ଆଣ୍ଟି ବାୟୋଟିକ୍ସ ଆଣ୍ଡ୍‌ ଫାର୍ମାକ୍ୟୁଟାଲ୍‌ସ୍‌ ଦ୍ବାରା ପ୍ରସ୍ତୁତ ହେଉଥିବା ପାରାସିଟମଲ୍‌ ରହିଛି।

Leave a Reply

Your email address will not be published. Required fields are marked *