Sun. Feb 22nd, 2026

ନ୍ୟୁଜ ଡେସ୍କ: ଯାଜପୁର ବରୀରେ ଲଜ୍ଜା । ୮ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୨୩ ତାରିଖରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ଏବେ ପର୍ଯ୍ୟନ୍ତ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି । ତେବେ ସୂଚନା ମୁତାବକ, ଗତ ୨୩ ତାରିଖରେ ଘଟିଥିଲା ଏହି ଘଟଣା।

ନାବାଳିକାଙ୍କ ଘରଠାରୁ ଅଭିଯୁକ୍ତଙ୍କ ଘର ପ୍ରାୟ ୫୦ ମିଟର ଦୂରତାରେ ଅବସ୍ଥିତ। ଅଭିଯୁକ୍ତ ଚାଷବାସ କରି ଚଳନ୍ତି। ତାଙ୍କୁ ପ୍ରାୟ ୫୭/୫୮ ବର୍ଷ ହେବ। ସେହିଦିନ ସେ କୌଣସି ପ୍ରକାର ପ୍ରଲୋଭନ ଦେଖାଇ ଝିଅଟିକୁ ଡାକି ନେଇଥିଲେ ଓ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହା ସହିତ ଘଟଣା ସଂପର୍କରେ କାହାକୁ ନକହିବାକୁ ଧମକ ଦେଇଥିଲେ। ତେବେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା।

ସେଠାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଝିଅକୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରି ଦେଇଥିଲା। ଏଠାରେ ତାଙ୍କର ଚିକିତ୍ସା ଚାଲିଛି। ଅଭିଯୁକ୍ତ ଫେରାର ଅଛନ୍ତି। ପୁଲିସ ତାଙ୍କୁ ଖୋଜାଖୋଜି କରୁଛି। ପୁଲିସ ଅଭିଯୁକ୍ତଙ୍କ ପରିବାରର କିଛି ସଦସ୍ୟଙ୍କୁ ଉଠାଇ ନେଇଛି। ଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିପାରିନି ବରୀ ଥାନା ପୁଲିସ। ତେବେ ଘଟଣା ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *