Wed. Jun 3rd, 2026

ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ତଥା ବଡ଼ ଭାଇ ଦୀନବନ୍ଧୁ ମାଝୀଙ୍କର ପରଲୋକ ଘଟିଛି।ପ୍ରାଥମିକ ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଲୋୟର ପିଏମଜିସ୍ଥିତ ସରକାରୀ ବାସଭବନରେ ରହୁଥିବା ବେଳେ ଦୀନବନ୍ଧୁ ମାଝୀ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ହେବାରୁ ତୁରନ୍ତ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।ତେବେ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଭାବେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଦୀନବନ୍ଧୁ ମାଝୀଙ୍କ ଅକାଳ ବିୟୋଗରେ ପରିବାର ସଦସ୍ୟଙ୍କ ସମେତ ଶୁଭେଚ୍ଛୁ ଓ ପରିଚିତମାନଙ୍କ ମଧ୍ୟରେ ଶୋକର ଛାୟା ନେମି ଆସିଛି। ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *