Mon. Dec 23rd, 2024

ନ୍ୟୁଜ ଡେକ୍ସ: ଏଥର ଭୟଙ୍କର ନିଆଁ ଲିଭାଇବା ହେବ ସହଜ । ଯେଉଁ ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନାହାନ୍ତି ସେଠାରେ ଏବେ ନିଆଁ ଲିଭାଇବ ରୋବଟ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା କାର୍ଯ୍ୟାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ରୋବଟକୁ ବ୍ୟବହାର କରାଯିବ । ଏହାର ନାଁ ହେଉଛି ଫାୟାର ଫାଇଟିଂ ରୋବୋଟିକ ମନିଟର । ତେବେ ସୂଚନା ମୁତାବକ, ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ।

ଏହି ଅବସରରେ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ବି ଉପସ୍ଥିତ ରହିବେ । ଅଗ୍ନିଶମ ବିଭାଗକୁ ଅଧିକ ସଶକ୍ତ ଓ ମଜଭୁତ କରିବା ନିମନ୍ତେ ଏହି ଅବସରରେ ୨୨ଟି ଫାୟାର ଫାଇଟିଙ୍ଗ ରୋବଟିକ୍‌ ମନିଟରକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ରୋବୋଟ୍ ଦେଖାଇବ ନିଆଁ ଲିଭାଇବାର କୌଶଳ। ଏହି ରୋବଟରେ ୩୬୦ ଡିଗ୍ରୀ କ୍ୟାମେରା ବ୍ୟବହାର କରାଯାଇଛି । ଥର୍ମାଲ ଓ ନର୍ମାଲ କ୍ୟାମେରା ବ୍ୟବହାର ହୋଇଛି ।

ନର୍ମାଲ କ୍ୟାମେରା ଦ୍ୱାରା ଆଗରେ ରାସ୍ତା ସଫା ଅଛି ନା ନାହିଁ ତାହା ଜଣାପଡ଼ିବ । ଥର୍ମାଲ କ୍ୟାମେରା ଦ୍ୱାରା ନିଆଁ ଲାଗିବା ଦ୍ୱାରା ଚାରିଆଡ଼େ ଧୂଆଁମୟ ହୋଇଗଲେ ଆଗ ରେ କ’ଣ ଅଛି ତାହା ଜଣାପଡ଼ିବ ।ସହରର ଗଳି କନ୍ଦିରେ କୌଣସି ସ୍ଥାନରେ ନିଆଁ ଲାଗିଲେ ସେଠାରେ ପହଞ୍ଚିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କାଠିକର ପାଠ ହେଉଥିବା ବେଳେ ଏହି ରୋବଟ କିନ୍ତୁ ଅନାୟସରେ ଘଟଣାସ୍ଥଳରେ ପହଞ୍ଚିପାରିବ । ଏହାଦ୍ୱାରା କେତ ମାତ୍ରାରେ ଅଗ୍ନିକାଣ୍ଡ କ୍ଷୟକ୍ଷତିରୁ ବର୍ତ୍ତି ହେବ ତଥା କେତେ ସହଜରେ ନିଆଁ ଲିଭାଇ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *