Sat. Jun 27th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା କଂଗ୍ରେସର ସାଙ୍ଗଠନିକ ଭିତ୍ତିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ନୂଆ ପ୍ରଭାରୀ ନିଯୁକ୍ତ କରିଛି। ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂଆ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ସେ ବର୍ତ୍ତମାନର ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସ୍ଥାନ ନେବେ। ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେ. ସି. ଭେନୁଗୋପାଳଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ।ଲାଲଜୀ ଦେଶାଇ କଂଗ୍ରେସର ଜଣେ ଦକ୍ଷ ସାଙ୍ଗଠନିକ ନେତା ଭାବେ ପରିଚିତ।

ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଦଳର ସାଙ୍ଗଠନିକ କାର୍ଯ୍ୟକଳାପ ଅଧିକ ସକ୍ରିୟ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *