ନ୍ୟୁଜ ଡେକ୍ସ: କଫ୍ ସିରପ୍ ନିଶାର ସହଜ ମାଧ୍ୟମ ପାଲଟିଛି। ଫଳରେ ଏହାର ଚାହିଦା ବଢ଼ିବାରେ ଲାଗିଛି। ବିଭିନ୍ନ ଔଷଧ ଦୋକାନରେ କଫ୍ ସିରପ୍ର ଷ୍ଟକ୍ ମଧ୍ୟ ରହୁ ନାହିଁ। ଏହାକୁ ନିଶା କରୁଥିବା ବ୍ୟକ୍ତିମାନେ ଚଢ଼ା ଦରରେ କିଣି ନେଉଛନ୍ତି। ଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି।
ସୂଚନା ମୁତାବକ, ଗତକାଲି ରାତିରେ କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡ଼ିସିନ ଫାର୍ମ ଉପରେ ଏହି ଚଢାଇ ହୋଇଥିଲା। ବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର କ୍ରିଷ୍ଣା ମେଡ଼ିସିନ୍ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ଚଢ଼ାଉ ସମୟରେ ସେଠାରୁ ବହୁ ପରିମାଣରେ କଫସିରପ ବୋତଲ ମିଳିଥିଲା। ଏହା ସହିତ ୩୨ ପ୍ରକାର ବେଆଇନ ଔଷଧକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, କଫସିରପକୁ ନିଶା ପାଇଁ ବ୍ୟବହାର କରାଯାଉଥିବାରୁ ଏହାର ବେଆଇନ ବିକ୍ରି ଉପରେ ରୋକ ଲଗାଇବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।