ନ୍ୟୁଜ ଡେକ୍ସ: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍ । ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ । ଏଥିପାଇଁ ସମସ୍ତଙ୍କର ଯାଞ୍ଚ ସରିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସୁଭଦ୍ରା ଯୋଜନା ଲାଗି ଆବେଦନ କରି ବାଦ୍ ପଡିଥିବା ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ଗୁରୁବାର ସଂଧ୍ୟାରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଜୁଲାଇ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଶୁଭାରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ଏବେ ପର୍ଯ୍ୟନ୍ତର ୬୦ ଲକ୍ଷ ୬୭ ହଜାର ମହିଳା ସାମିଲ ହୋଇସାରିଲେଣି । ଆଉ ୨୦ ଲକ୍ଷଙ୍କୁ ଆସନ୍ତା ୨୪ ତାରିଖରେ ଟଙ୍କା ମିଳିବ । ଏବେ ପର୍ଯ୍ୟନ୍ତ ମୋଟ ୧ କୋଟି ୧୬ ଲକ୍ଷ ମହିଳା ଆବେଦନ କରିଥିବା ବେଳେ ଏଥିରୁ ମୋଟ ୨ ଲକ୍ଷ ୬୭ ହଜାର ଆବେଦନ ବାଦ୍ ପଡିଛି ।
ସେଗୁଡିକୁ ଆଜି ସମୀକ୍ଷା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହିତ ବିଭିନ୍ନ କାରଣ ଯୋଗୁଁ ଏବେ ପର୍ଯ୍ୟନ୍ତ ଅନେକ ମହିଳା ସୁଭଦ୍ରା ପାଇନାହାନ୍ତି ବୋଲି ଦର୍ଶାଇଛି ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ୫ ଲକ୍ଷ ଆବେଦନକାରୀଙ୍କ ଗୋଟିଏ ନମ୍ବରରରେ ଏକାଧିକ ଆକାଉଣ୍ଟ ଥିବାରୁ ସେମାନଙ୍କ ଖାତାକୁ ଟଙ୍କା ଯିବାରେ ସମସ୍ୟା ହେଉଛି । ଏଥିପାଇଁ ଆବେଦନକାରୀଙ୍କୁ ସିଙ୍ଗିଲ ଆକାଉଣ୍ଟ କରିବାକୁ ଅପିଲ୍ କରିଛନ୍ତି ।