Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଜିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଆଜି ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର ସବୁ ଦଳର ସହଯୋଗ କାମନା କରିଥିଲେ।

ଆସନ୍ତା ଅଧିବେଶନରେ ଗୃହର ସମସ୍ତ କାର୍ଯ୍ୟ ବିଧି ଅନୁସାରେ ସମ୍ପାଦନ ହେବ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି । ମଙ୍ଗଳାବର ଦିନ ୧୧ଟା ବେଳେ ବିଧାନସଭା ସୁରକ୍ଷା ବ୍ୟବସ୍ଥା ପାଇଁ କି ପଦକ୍ଷେପ ନିଆଯାଇଛି ତାହାର ଯାଞ୍ଚ କରିବେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । ଅଧିବେଶନ ଚାଲିଥିବା ବେଳେ ଭୁବନେଶ୍ୱରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଓ ତିନିଦିନିଆ ଡିଜିପି ସମ୍ମିଳନୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ଭିତରେ କିଭଳି ଗୃହର ସୁରକ୍ଷାକୁ ଠିକ ଭାବେ ଧ୍ୟାନ ଦିଆଯିବ, ତାହା ଡିଜିପି ଅନୁଧ୍ୟାନ କରିବେ ।

ସୋମବାର ୧୧ଟା୪୫ରେ ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବିଜେପି ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବୈଠକ ହେବ । ବିରୋଧୀ ଦଳର ବିଭିନ୍ନ ପ୍ରଶ୍ନ ଓ ପ୍ରସଙ୍ଗକୁ ଦଳ କିଭଳି ମୁକାବିଲା କରିବ, ସେ ନେଇ ରଣନୀତି ପ୍ରସ୍ତୁତ ହେବ ।

Leave a Reply

Your email address will not be published. Required fields are marked *