ନ୍ୟୁଜ ଡେକ୍ସ: ଏନ୍କ୍ଲୋଜର୍ରୁ ବାହାରିଲା ବାଘୁଣୀ ‘ଜୀନ୍ନତ’। ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆକୁ ଛଡ଼ାଗଲା। ରାତି ୯ଟା ୩୦ରେ ଛଡ଼ାଯାଇଥିବା ନେଇ ଶିମିଳିପାଳ RCCF ସୂଚନା ଦେଇଛନ୍ତି। ତେବେ ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜୀନ୍ନତ’।
ଗତ ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ‘ଜିନତ୍’କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଥିଲା। ଶିମିଳିପାଳରେ ୧୪ ତାରିଖ ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନତ’। ପରେ ତାକୁ ଏନକ୍ଲୋଜରରେ ଛଡ଼ା ଯାଇଥିଲା। କିଛି ଦିନ ତଳେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଥିଲା ଜିନତ। ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି ଏନ୍ଟିସିଏ ସ୍ପଷ୍ଟ କରିଥିଲା ।
ଏହି ପରିପ୍ରେକ୍ଷୀରେ ଶିମିଳିପାଳକୁଦୁଇଟି ମହାବଳ ବାଘୁଣୀ ଜିନତ ଓ ଯମୁନାକୁଙ୍କୁ ଅଣା ଯାଇଛି। ତେବେ ସେଠାରେ ଏକ ବାରହାକୁ କିଛି ଦିନ ଶିକାର କରି ଖାଇବା ପରେ ବାଘୁଣୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଅନୁମାନ କରି ଅଭୟାରଣ୍ୟ କର୍ତ୍ତୃପକ୍ଷ ଏନକ୍ଲୋଜର ବାହାରକୁ ଛାଡିଦେଇଛନ୍ତି । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିିଛନ୍ତି, ଜୀନତ୍ ଓ ଯମୁନା ବର୍ତ୍ତମାନ ଖୋଲା ଆକାଶ ତଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବିତରଣ କରି ପାରିବ। ଚଳିତ ମାସ ୭ ତାରିଖରେ ମହାରାଷ୍ଟ୍ରରୁ ଯମୁନା ଆସିଥିବା ବେଳେ ୧୪ ତାରିଖରେ ଜନ୍ନତକୁ ଅଣାଯାଇଥିଲା ।