ନ୍ୟୁଜ ଡେକ୍ସ: ଆଜିଠୁ ୩ ଦିନ ଧରି ଚାଲିବ ଅଖିଳ ଭାରତୀୟ ଡିଜିପି ସମ୍ମିଳନୀ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି ହୋଇଛି । ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି।
ଆଜିଠୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି । ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ଯାଏ କଟକଣା ବଳବତ୍ତର ରହିବ । ସେହିପରି ଏହି ସବୁ ରାସ୍ତାମାନଙ୍କରେ ମୋ ବସକୁ ସଂପୂର୍ଣ୍ଣ ମନା କରାଯାଇଛି ।
ରୁଟ୍ ନମ୍ବର ୯, ୧୦, ୧୧, ୧୨, AE୧, AE୨, ୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬,୪୭, ୬୪ ଏବଂ ୬୬ ନଂ ମୋ ବସ ଚଳାଚଳ ଏହି ସମୟରେ ପ୍ରଭାବିତ ହେବ । ଏନେଇ କ୍ରୁଟ୍ ତରଫରୁ ସୂଚନା ଦିଆଯାଇଛି । ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ଯେଉଁ ରୁଟରେ ରହିଛି, ସେଠାରେ କଟକଣା ଜାରି ରହିବ।