ନ୍ୟୁଜ ଡେକ୍ସ: ବଙ୍ଗୋପସାଗରରେ ସୃଷ୍ଟ ବତ୍ୟା ‘ଫେଙ୍ଗଲ’ ପ୍ରଭାବରେ ରାଜ୍ୟରେ ପଣିପାଗରେ ସାମାନ୍ୟତମ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତକାଲି ଠାରୁ ରାଜ୍ୟର କିଛି ଜିଲ୍ଲାରେ ଆକାଶ ମେଘାଚ୍ଛନ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଂଜାମ, ନୟାଗଡ଼, ରାୟଗଡ଼ାକୁ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେପଟେ ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଫେଙ୍ଗଲ’ । ତାମିଲନାଡୁ, ପୁଡୁଚେରୀ ମଧ୍ୟରେ ଉପକୂଳ ଅତିକ୍ରମ କରିବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦ କିମି ରହିବ ।
ବାତ୍ୟା ପ୍ରଭାବରେ ତାମିଲନାଡୁର କୁଡାଲୋର, କରାଇକାଲ,ଆଥିରାମପାଚ୍ଚିନମ୍, ପାରଙ୍ଗିପେଟ୍ଟାଇ, ମୀନାମକମ୍, ସମେତେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳରେ ପ୍ରବଳ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଛି ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।