Mon. Dec 23rd, 2024

ନ୍ୟୁଜ ଡେକ୍ସ: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେରେ ପୁଣି ରାଗିଂ ଅଭିଯୋଗ । ଏମ୍ବିବିଏସ୍ ସିନିୟର ପିଲାମାନେ ଜୁନିୟରଙ୍କୁ ରାଗିଂ କରିଥିବା ନ୍ୟାସନାଲ ମେଡିକାଲ କାଉନ୍ସିଲ୍ ଆଣ୍ଟି ରାଗିଂ ସେଲ୍କୁ ଇ-ମେଲରେ ଅଭିଯୋଗ କରିଛନ୍ତି ବିଦ୍ୟାର୍ଥୀ । ଆଣ୍ଟି ରାଗିଂ ସେଲ୍ ଏମ୍କେସିଜି ଡିନ୍ଙ୍କୁ ଏ ନେଇ ଇ-ମେଲ କରିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି ।

ଏନେଇ ଏମକେସିଜି ଆଣ୍ଟି ରାଗିଂ ସେଲ୍‌ରେ ଜଣାଇଛନ୍ତି ଜୁନିୟର୍ ଛାତ୍ର । ରାଗିଂ କରୁଥିବା ୪ ଜଣ ସିନିୟର ଛାତ୍ରଙ୍କ ନାମ ମଧ୍ୟ ସେ ଆଣ୍ଟି ରାଗିଂ ସେଲକୁ ଜଣାଇଛନ୍ତି । ସେ କହିଛନ୍ତି ଯେ, କେତେଜଣ ସିନିୟର ଛାତ୍ର ପ୍ରଥମ ବର୍ଷ ଏମବିବିଏସ୍‌ ହଷ୍ଟେଲକୁ ଆସି ଜୁନିୟର ଛାତ୍ରଙ୍କୁ ନିଜ ବ୍ୟକ୍ତିଗତ କାମ କରିବାକୁ ବାଧ୍ୟ କରୁଛନ୍ତି । ନ କଲେ ବିଭିନ୍ନ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଘଟଣାର ତଦନ୍ତ ପାଇଁ ଆଜି ଅପରାହ୍ନରେ ଆଣ୍ଟି ରାଗିଂ ସେଲ୍‌ର ବୈଠକ ବସିବାନେଇ ସୂଚନା ରହିଛି ।ବର୍ଷକ ଭିତରେ ୮ଟି ରାଗିଂ ଅଭିଯୋଗ ଆସିଥିବା ବେଳେ ଦୁଇଟି ଅଭିଯୋଗରେ ସତ୍ୟତା ଥିବା ଜଣାପଡିଛି । ଅନ୍ୟ କୌଣସି ଅଭିଯୋଗରେ ପ୍ରମାଣ ନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ ।

Leave a Reply

Your email address will not be published. Required fields are marked *