Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୁଣି ତେଜିଲା ଚାଷୀ ଆନ୍ଦୋଳନ। ପୋଲିସ-ଚାଷୀ ଧସ୍ତାଧସ୍ତି। ଆମ୍ବଲାରେ ଇଣ୍ଟରନେଟ୍‌ ସେବା ବନ୍ଦ। ଆଇନଶୃଙ୍ଖଳା ଆଶଙ୍କାରେ ଆମ୍ବଲାର ୧୦ଟି ଗାଁରେ ଇଣ୍ଟରନେଟ୍‌ ବନ୍ଦ। ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ଘୋଷଣା କରାଯାଇଛି। ସୋସିଆଲ ମିଡିଆରେ ଗୁଜବ ପ୍ରଚାର ରୋକିବାକୁ ନିଆଯାଇଛି ଏପରି ପଦକ୍ଷେପ। ଶୁକ୍ରବାର ରାତିର ବୈଠକରେ ଆହୁରି ରଣନୀତି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ କୃଷକ ସଂଗଠନ ପୂର୍ବରୁ ଘୋଷଣା କରିଥିଲା। ଏଥିପାଇଁ ୧୦୧ ଜଣ କୃଷକଙ୍କ ତାଲିକା ମଧ୍ୟ ଜାରି କରାଯାଇଥିଲା। ପୋଲିସ ସହ ତୀବ୍ର ସଂଘର୍ଷ ପରେ କୃଷକ ନେତାମାନେ ରାତି ପ୍ରାୟ ୩ ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରାକୁ ସ୍ଥଗିତ ରଖିଥିଲେ।ଦିଲ୍ଲୀ ଯାଉଥିବା କୃଷକମାନେ ଶମ୍ଭୁ ସୀମା ଦେଇ ହରିୟାଣାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସର ସୁରକ୍ଷା ଏବଂ ବ୍ୟାରିକେଡ୍ ଯୋଗୁଁ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଚାଷୀମାନେ ବ୍ୟାରିକେଡ୍ ଭାଙ୍ଗୁଥିବା କରିବାକୁ ପୋଲିସକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା। କିଛି ଘଣ୍ଟା ଧରି ଶମ୍ଭୁସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ସତର୍କତାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ମଧ୍ୟ ଅମ୍ବାଲାରେ ଇଣ୍ଟରନେଟ୍ ବନ୍ଦ କରି ଦେଇଛନ୍ତି। ସଂସଦର ବର୍ତ୍ତମାନର ଅଧିବେଶନରେ ଦିଲ୍ଲୀରେ ପହଞ୍ଚି କୃଷକମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି। ସେମାନଙ୍କର ଦାବି ହେଉଛି ସରକାର ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ଦେବା ଉଚିତ୍।

କୃଷକ ସଂଗଠନଗୁଡ଼ିକ ସରକାରଙ୍କ ନିକଟରେ ମୋଟ ୧୨ ଟି ଦାବି ରଖିଛନ୍ତି।ସୂଚନା ଥାଉକି ଦିନ ୧ଟା ବେଳେ ୧୦୧ ଚାଷୀଙ୍କ ଏକ ବ୍ୟାଚ୍ ଶମ୍ଭୁ ବର୍ଡରରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ସୁରକ୍ଷାକର୍ମୀ ଓ ଚାଷୀ ସଂଗଠନ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଚାଷୀମାନେ ବ୍ୟାରିକେଡକୁ ଭାଙ୍ଗି ଦେବା ପରେ ପୋଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଲୁହ ବୁହା ଗ୍ୟାସ୍ ବ୍ୟବହାର କରିଥିଲା। ଚାଷୀମାନେ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରିବା ସହ ଋଣ ଛାଡ଼ ଓ ବର୍ଦ୍ଧିତ ବଜୁଳି ଟାରିଫରୁ ସୁରକ୍ଷା ଦାବି କରି ଦିଲ୍ଲୀ ଚାଲୋ ଆନ୍ଦୋଳନର ଡାକରା ଦେଇଛନ୍ତି।

Leave a Reply

Your email address will not be published. Required fields are marked *