Mon. Dec 23rd, 2024

ନ୍ୟୁଜ ଡେକ୍ସ: ଖଣ୍ଡଗିରି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ଦେବଯାନୀ କର ଗିରଫ । ପ୍ଲଟ୍ ପଞ୍ଜିକରଣ କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । ଅଫିସ ତଲାସି ବେଳେ ନଗଦ ୧୫ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ଭିଜିଲାନ୍ସ ସୂଚନା ଅନୁସାରେ, ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସବପ୍ଲଟ ରେଜିଷ୍ଟ୍ରି ସେଲ ଡିଡ୍‌ କରିବାକୁ ୨୦ ହଜାର ଟଙ୍କା ଦାବି କରିଥିଲେ ଦେବଜାନୀ। ଏ ସମ୍ପର୍କରେ ଅଭିଯୋଗକାରୀ ଭିଜିଲାନ୍ସରେ ଜଣାଇଥିଲେ। ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ଟଙ୍କା ଜବତ କରିଥିଲେ।

ପରେ ତାଙ୍କ ଓଲଡ୍ ଟାଉନସ୍ଥିତ ବାସଭବନ ଓ ଅଫିସରେ ଏକକାଳୀନ ସର୍ଚ୍ଚ ହୋଇଥିଲା ।ପରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ, ପୁରୁଣା ବିଏମ୍ସି ଅଫିସରେ ଥିବା ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଥିଲା । ତାଙ୍କ ଅଫିସର କ୍ୟାସ୍ ଡ୍ର’ରୁ ନଗଦ ୧୫ ଲକ୍ଷ ୮ ହଜାର ଟଙ୍କା ମିଳିଥିଲା । ଦେବଯାନୀଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *