ନ୍ୟୁଜ ଡେକ୍ସ: ହାଇଦ୍ରାବାଦ ସେଣ୍ଟ୍ରାଲ୍ ଜେଲ୍ରୁ ବାହାରିଲେ ଅଲ୍ଲୁ ଅର୍ଜ୍ଜୁନ। ତେଲଙ୍ଗାନା ହାଇକୋର୍ଟରୁ ଜାମିନ୍ ମିଳିଥିଲେ ସୁଦ୍ଧାଜେଲ୍ରେ ଗୋଟିଏ ରାତି କାଟି ଥିଲେ ଅଲ୍ଲୁ। ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିଲେ।ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ପୁଷ୍ପା -୨ ଫିଲ୍ମ ସ୍କ୍ରିନିଂ ବେଳେ ହୋଇଥିବା ଦଳାଚକଟା ମାମଲାରେ ଶୁକ୍ରବାର ତେଲଙ୍ଗାନା ପୁଲିସ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ହଠାତ୍ ଗିରଫ କରିବା କରିବା ଘଟଣାକୁ ନେଇ କଳାକାର ଓ ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଥିଲେ ।
ଗିରଫ ପରେ ତାଙ୍କୁ ନାମପାଲ୍ଲୀ କୋର୍ଟରେ ହାଜର କରାଯାଇଥିଲା । ତଳକୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ତେବେ ଏହାର ଠିକ୍ ଘଣ୍ଟାକ ପରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଯାହାଫଳରେ ତାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁ ଆଶ୍ୱସ୍ତ ହୋଇଥିଲେ । ତେବେ ହାଇକୋର୍ଟଙ୍କ ରାୟ ଜେଲ୍ରେ ପହଞ୍ଚିବା ବେଳକୁ ରାତି ହୋଇଯାଇଥିଲା । ଯାହାଫଳରେ ସେ ଜେଲ୍ରୁ ବାହାରି ପାରିନାହାନ୍ତି । ଶନିବାର ସକାଳେ ଜେଲ୍ରୁ ମୁକ୍ତ ହୋଇଛନ୍ତି। ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।
ଏହି ଘଟଣାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇ ଜେଲ ଯିବା ପରେ ନାମପଲ୍ଲୀ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ଏହାପରେ ହାଇକୋର୍ଟ ଯାଇଥିଲେ ଅଲ୍ଲୁ । ତେଲଙ୍ଗାନା ହାଇକୋର୍ଟ ତାଙ୍କୁ ଗତକାଲି ଅନ୍ତରୀଣ ଜାମିନ ଦେଇଥିବା ସତ୍ତ୍ଵେ ମଧ୍ୟ ସେ ସେଣ୍ଟ୍ରାଲ ଜେଲରେ ରହିଥିଲେ। ଅଭିନେତାଙ୍କୁ ଚାରି ସପ୍ତାହ ପାଇଁ ଜାମିନ ପ୍ରଦାନ କରାଯାଇଛି।