Mon. Dec 23rd, 2024

ନ୍ୟୁଜ ଡେକ୍ସ: ଖସିବ ପାରଦ । ବଢିବ ଶୀତ । ଏଥିପାଇଁ ରାଜ୍ୟରେ ୪୮ ଘଣ୍ଟା ପାଇଁ ଶୀତର ଲହରି ଜାରି ରହିବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାରୁ ଉପକୂଳ ଯାଏଁ ସବୁଠି ଶୀତର ପ୍ରକୋପ ଜାରି ରହିବ ।

ଏଥିସହିତ ଆଜି ପାଇଁ ଝାରସୁଗୁଡା ଓ ସୁନ୍ଦରଗଡକୁ ଶୀତୁଆ ପବନ ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିଭଳି ସୋମବାର ବି ରାଉରକେଲାରେ ୭ ଡିଗ୍ରୀ ରହିବ । ଝାରସୁଗୁଡ଼ା, ଫୁଲବାଣୀ, ବୌଦ୍ଧ ଓ ଅନୁଗୁଳରେ ରାତି ତାପମାତ୍ରା ୯ ଡିଗ୍ରୀ ରହିବା ସମ୍ଭାବନା ଅଛି । ୧୭ ତାରିଖରୁ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଝାରସୁଗୁଡ଼ା, ଗଞ୍ଜାମ ଓ କଳାହାଣ୍ଡିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି । ଶୁକ୍ରବାର ରାତିରେ ଝାରସୁଗୁଡ଼ାରେ ୮ ଡିଗ୍ରୀ, କିରେଇରେ ୮.୮, ସିମିଳିଗୁଡ଼ା ଓ ଫୁଲବାଣୀରେ ୯, ସୁନ୍ଦରଗଡ଼ରେ ୧୦, ବୌଦ୍ଧରେ ୧୦.୨, ଦାରିଙ୍ଗିବାଡ଼ିରେ, କେନ୍ଦୁଝର ଓ ଅନୁଗୁଳରେ ୧୦.୬, ଭବାନୀପାଟଣାରେ ୧୧, କୋରାପୁଟରେ ୧୧.୪, ବାରିପଦାରେ ୧୧.୬ ଡିଗ୍ରୀ ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *