ନ୍ୟୁଜ ଡେକ୍ସ: ରାତି ଅଧରେ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାର ବାଘମାରୀ-ବେଗୁନିଆ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ମୁତାବକ, ଚକାଡୋଳା ନାମକ ଏକ ବସ୍ ସୋରଡାରୁ ପୁରୀ ଯାଉଥିଲା । ୫୭ ନଂମ୍ବର ଜାତୀୟ ରାଜପଥ ଡ୍ରାଇଭରର ଆଖି ପଡିଯିବାରୁ ଘଟିଗଲା ଦୁର୍ଘଟଣା । ବସ୍ଟି ବାଘମାରୀ ଛକ ନିକଟରେ ଓଲଟି ପଡ଼ିଥିଲା । ଫଳରେ ବସ୍ରେ ଯାତ୍ରା କରୁଥିବା ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହେବା ସବ ଏକାଧିକ ଯାତ୍ରୀ ଗୁରୁତର ହୋଇଥିଲେ ।
ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଭୁବନେଶ୍ୱରକୁ ସ୍ଥାନାନ୍ତର କରିଛି ।

