Mon. Dec 23rd, 2024

ନ୍ୟୁଜ ଡେକ୍ସ: ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ଚୋରା ଚାଲାଣକାରୀ । ଯାହାର ଖବର ପାଇ ପୋଲିସ ତଦନ୍ତ କରୁଥିବା ବେଳେ ପୋଲିସ ଉପରକୁ ଗୁଳିକାଡ କରିଥିଲେ ଦାନ୍ତ ତସ୍କର । ପୁଷ୍ପା ସିନେମାରେ ଚନ୍ଦନ ତସ୍କରୀ ସିନ୍ ଭଳି କିଛି ଘଟଣା ଘଟିଛି ମୁନିଗୁଡ଼ା ବନାଞ୍ଚଳ ଜାରପା ଅଞ୍ଚଳରେ । ବନବିଭାଗ ହାତୀଦାନ୍ତ ଚୋରା ଚାଲାଣ ହେଉଥିବା ସୂଚନା ପାଇଁ ଚଢ଼ାଉ ବେଳେ ଗୁଳିମାଡ଼ କରିଥିଲେ ଚାଲାଣକାରୀ ।

ତେବେ ସୂଚନା ମୁତାବକ, ରାୟଗଡ଼ା ବନଖଣ୍ଡ ମୁନିଗୁଡା ରେଞ୍ଜ ମାଲିମୁଣ୍ଡା ଓ ଜାରପା ଗ୍ରାମର କିଛି ମାଫିଆ ହାତୀ ଦାନ୍ତ ବେପାର ପାଇଁ ଛତିଶଗଡ଼ର କିଛି ମାଫିଆଙ୍କ ସହ ଯୋଗାଯୋଗ କରିଥିଲେ। ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ରେଞ୍ଜରଙ୍କ ସମେତ ଅମ୍ୱାଦଳା ଓ ମୁନିଗୁଡା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଦାନ୍ତ ବେପାର ବେଳେ ହାତୀ ଦାନ୍ତ ସହ ୫ ଜଣ ମାଫିଆଙ୍କୁ କାବୁ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ତେବେ ମାଫିଆମାନଙ୍କ ସହିତ ଆଉ କିଏ କିଏ ସାମିଲ ହୋଇଛନ୍ତି ସେମାନଙ୍କୁ ଖୋଜିବା ପାଇଁ ବନ ବିଭାଗ ଅଧିକାରୀଙ୍କ ସହ କର୍ମଚାରୀମାନେ ମୁନିଗୁଡା ରେଞ୍ଜ ଶିବପଦର ପଞ୍ଚାୟତ ଯାରପା ଗ୍ରାମରେ ପହଞ୍ଚିଥିଲେ। ସେଠାରେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ବନ ବିଭାଗ ଗାଡି ଉପରକୁ ୪ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଏହି ଗୁଳି ମାଡ଼ରେ ବନ ବିଭାଗ ଗାଡ଼ିର କାଚରେ ଗୁଳି ମାଡ଼ର ଚିହ୍ନ ରହିଛି। ତେବେ ନିଜ ଜୀବନ ବଞ୍ଚାଇ ବନ ବିଭାଗ କର୍ମଚାରୀମାନେ ସେଠାରୁ ଚାଲି ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *