ନ୍ୟୁଜ ଡେକ୍ସ: ଗୁପ୍ତେଶ୍ୱର ପାଖ ସୁକୁନାଳ ପାଖରେ ବସ୍ ଦୁର୍ଘଟଣା । ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିବା ନେଇ ପୋଲିସ ସୂଚନା ଦେଇଛି । ସମସ୍ତ ଯାତ୍ରୀ କଟକ ଅଲିଶାବଜାର ବାସିନ୍ଦା ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ, ବିଏସଏଫ୍, ବିଡିଓ ଓ ଫାୟାରର ସମସ୍ତ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୂଚନା ଥାଉକି, ଗତକାଲି ରାତିରେ କଟକ ଜିଲ୍ଲା ନିଆଳିରୁ ଏକ ସ୍ଲିପର୍ ବସ୍ ବାହାରିଥିଲା।
ଆଜି ଭୋର ସମୟରେ ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ନିମନ୍ତେ ବାହାରିଥିଲ। ସାଢ଼େ ୫ଟା ବେଳେ ଭାରସାମ୍ୟ ହରାଇ ଗୁପ୍ତେଶ୍ୱର ନିକଟସ୍ଥ ଡକରିଘାଟିରେ ଓଲଟି ପଡ଼ିଥିଲା ବସ୍। ବସରେ ୫୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ରହିଥିଲେ। ଦୁର୍ଘଟଣାରେ ୧୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ବସ୍ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ମୃତକଙ୍କ ମଧ୍ୟ ଗୋଟିଏ ୧୨ ବର୍ଷର ନାବାଳକ ରହିଛି। ମୃତ ଦେହ ବସ୍ ଭିତରୁ ବାହାର କରାଯାଇଛି।
ଥିବା ଆଉ ୨ ଜଣଙ୍କୁ ବୈପାରିଗୁଡା ଅଗ୍ନିଶମ ବାହିନୀଙ୍କ ଦ୍ଵାରା ବାହାର କରାଯାଇଛି। ଘଟଣାସ୍ଥଳରେ ବୈପାରିଗୁଡା ପୋଲିସ, ବିଏସଏଫ ଯବାନଙ୍କ ସହ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଗୋଟିଏ ୧୦ ବର୍ଷର ନାବାଳକର ଡାହାଣ ଗୋଡ଼ ଏବଂ ହାତ ସଂପୂର୍ଣ୍ଣ କଟି ଯାଇଛି।
