Thu. Oct 23rd, 2025

ନ୍ୟୁଜ ଡେକ୍ସ: ଲୋକସେବା ଭବନରେ ପ୍ରବେଶ ପାଇଁ ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା। ସ୍ଵୀକୃତି ଓ ଅଣସ୍ଵୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ପ୍ରତି ଗଣମାଧ୍ୟମ ସଂସ୍ଥାରୁ ଜଣେ ଲେଖାଏଁ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ଭାବେ ସୂଚନା ମିଳିଛି।

ତେବେ ନୂଆସରକାର ଏବଂ କ୍ୟାବିନେଟର ଗଠନ ହେବା ପରେ ଦୀର୍ଘ ଚାରି ବର୍ଷ ପରେ ଓଡ଼ିଶାରେ ନୂତନ ସାମ୍ବାଦିକମାନଙ୍କୁ ଲୋକସଭା ଭବନ (ରାଜ୍ୟ ସଚିବାଳୟ) ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ତେବେ କୋଭିଡ-୧୯ ଯୋଗୁଁ ଲାଗୁ ହୋଇଥିବା ପୂର୍ବ ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିଲା । ଯାହା କେବଳ ସରକାରୀ ଭାବରେ ଅଧିକୃତ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସୀମିତ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା ।

ତେବେ ପୂର୍ବସରକାରରେ କୋଭିଡ୍ ପରଠାରୁ ଲୋକସେବା ଭବନ ମଧ୍ୟକୁ ସାମ୍ବାଦିକଙ୍କୁ ପ୍ରବେଶ କରିବାକୁ ମନା ହୋଇଥିଲା । ଯାହାକୁ ନୂଆ ସରକାର ଗତ ଜୁନରେ ହଟାଇଥିଲେ ମଧ୍ୟ ଏହା ସୀମିତ ଥିଲା । କିନ୍ତୁ ଆଜି ଏନେଇ ବିଜ୍ଞପ୍ତି ଜାରି କରି ଉଭୟ ସ୍ବୀକୃତିପ୍ରାପ୍ତ ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ନେଇ କଟକଣା ହଟାଇଛନ୍ତି ସରକାର ।

Leave a Reply

Your email address will not be published. Required fields are marked *