Mon. Dec 23rd, 2024

ନ୍ୟୁଜ ଡେସ୍କ: କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ ଓଢ଼ଣୀ ବନ୍ଧାଥିବା ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ସାଲେପୁର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l ତେବେ ସୂଚନା ମୁତାବକ, ମୃତ ଯୁବକଜଣକ ଅଲିପୁର ଗାଁର ମନୋଜ ସାମଲ । ସେ ପାଗା ଅଞ୍ଚଳର ଜଣେ ନାବାଳିକାଙ୍କୁ କିଛି ଦିନ ହେବ ପ୍ରେମ କରୁଥିବା ଜଣାପଡ଼ିଛି। ତେବେ ଗତକାଲି ସନ୍ଧ୍ୟାରୁ ନାବାଳିକାଜଣକ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ । ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ କୌଣସି ଖବର ନ ପାଇବାରୁ ପାଗା ଫାଣ୍ଡିରେ ଅଭିଯୋଗ କରିଥିଲେ । ନାବାଳିକାଜଣକ ପୁଅ ଗାଁକୁ ଚାଲି ଆସିଥିବା ବେଳେ ଉଭୟ କେଉଁଆଡ଼େ ଚାଲି ଯାଇଥିଲେ। ଗତକାଲି ରାତି ସାରା ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି ସନ୍ଧାନ ପାଇ ନ ଥିଲେ। ଆଜି ସକାଳେ ଗାଁର ନିଛାଟିଆ ସ୍ଥାନରେ ଥିବା ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ଉଭୟ ପୁଅ ଓ ଝିଅ ଘର ଲୋକଙ୍କ ସମେତ ପୁଲିସ୍‌ ବି ଘଟଣାସ୍ଥଳରେ ପହଞ୍ଚିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟାଜନିତ ମୃତ୍ୟୁ ନା ଆଉ କିଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *