ନ୍ୟୁଜ ଡେକ୍ସ: ଗୁଜରାଟ ପୋରବନ୍ଦରରେ ଭାରତୀୟ ତଟରକ୍ଷୀ ବାହିନୀ ତଥା କୋଷ୍ଟଗାର୍ଡର ଏକ ହେଲିକପ୍ଟର ଦୁର୍ଘଟାଗ୍ରସ୍ତ ହୋଇଛି। ଏଥିରେ ମୋଟ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାଇଲଟ ଓ ଦୁଇ ଜଣ କୋ-ପଇଲଟ ସାମିଲ ଅଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟର ପୋରବନ୍ଦର ବିମାନବନ୍ଦରରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି । ଯଦିଓ ମୃତ୍ୟୁ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଆସିନାହିଁ, ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିଶମ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁଯାୟୀ, ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ ଏକ ନିୟମିତ ତାଲିମ ବିମାନ ଉଡ଼ାଣ ସମୟରେ ଗୁଜରାଟର ପୋରବନ୍ଦରରେ କୋଷ୍ଟଗାର୍ଡର ଏଲ୍ଏଚ୍ ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।
