Thu. Oct 23rd, 2025

ନ୍ୟୁଜ ଡେକ୍ସ: ଧନୁଯାତ୍ରା ପାଇଁ ବରଗଡ଼ ସହରର ସମସ୍ତ ଶିକ୍ଷାନୁଷ୍ଠାନର ସମୟରେ ପରିବର୍ତ୍ତନ କରାଯାଇଛି । ସ୍କୁଲ୍ ଏବଂ କଲେଜରେ ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢା ଚାଲିବ । ଧନୁଯାତ୍ରା ସରିବା ପରେ ପୂର୍ବ ନିର୍ଦ୍ଧାରିତ ସମୟରେ ପାଠପଢା ଚାଲିବ । ଏନେଇ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ବରଗଡ଼ରେ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ମହୋତ୍ସବ ସରିବା ପାଇଁ ଆଗକୁ ଆହୁରି ୮ଦିନ ବାକି ରହିଛି। ତେଣୁ ଧନୁଯାତ୍ରାରେ ସାମ୍ଭାବ୍ୟ ଭିଡ଼ ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଡିଇଓ ଏପରି ଚିଠି ଲେଖିଛନ୍ତି। ଧନୁଯାତ୍ରା ସରିବା ପରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପାଠପଢା ଚାଲିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କମ୍ପୁଛି ମେଦିନୀ, ଥରୁଛି ବାସୁକୀ । ମହାରାଜା କଂସଙ୍କ ଅତ୍ୟାଚାରରେ ଥରହର ସମଗ୍ର ମଥୁରାବାସୀ । ଧନୁଯାତ୍ରା ମହୋତ୍ସବ ତୃତୀୟ ଦିନରେ ମହାରାଜା କଂସଙ୍କ ଦିଗବିଜୟ । ସେପଟେ ଶ୍ରୀକୃଷ୍ଣ ଜନ୍ମ ନେଇ ଉତ୍ସବମୁଖର ଗୋପପୁର ।

ନନ୍ଦରାଜା ଓ ରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇ ନନ୍ଦୋତ୍ସବ ଆୟୋଜନ କରିଛନ୍ତି। ଏଥିରେ ସମସ୍ତ ପୋପପୁରବାସି ସାମିଲ ହୋଇ ଆନନ୍ଦ ଉତ୍ସାହର ସହ ନାଚି ଗାଇ କୃଷ୍ଣଙ୍କୁ ଦୋଳିରେ ଝୁଲାଇଛନ୍ତି । ଏପଟେ ମହାରାଜା କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଣ ଶୀଳାରେ ପ୍ରହାର କରିବାକୁ ଯିବାବେଳେ ଶୂନ୍ୟରେ ଆର୍ବିଭାବ ହୋଇ ବିଜୁଳକନ୍ୟା ଦେଇଛନ୍ତି ଶୂନ୍ୟବାଣୀ,। ପରେ ମହାରାଜ କଂସ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ହୋଇପଡ଼ି ଥିବାବେଳେ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଛନ୍ତି ଷଡ଼ମଲ୍ଲ ସହ ପୁତନା ରାକ୍ଷସୀଙ୍କୁ।

Leave a Reply

Your email address will not be published. Required fields are marked *