ନ୍ୟୁଜ ଡେକ୍ସ: ଯୁକ୍ତ ଦୁଇ ପରୀକ୍ଷାରେ କପିକୁ ରୋକାଯିବା ଲାଗି ନୂଆ ପଦକ୍ଷେପ । କପି ରୋକିବା ନେଇ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ । ବଡ଼ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ରହିବେ ସ୍କ୍ୱାଡ୍ ।
ସିଏଚଏସଇ ଅଧ୍ୟକ୍ଷ କହିଛନ୍ତି, ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ କରି ପାଇଥିବା ସଫଳତାକୁ ଦୃଷ୍ଟିରେ ରଖି ଚଳିତ ଥର ସବୁ ଜିଲ୍ଲାରେ ସ୍କ୍ୱାଡ୍ ମୁତୟନ ହେବେ। ବଡ଼ ଜିଲ୍ଲାରେ ଦୁଇଟି ଓ ଛୋଟ ଜିଲ୍ଲାରେ ଗୋଟେ ଗ୍ରୁପ ରହିବେ। ସମସ୍ତ ଖର୍ଚ୍ଚ ସିଏଚଏସଇ ବହନ କରିବ। ଏଥର କଡାକଡି ଭାବେ ଦେଖାଯିବ ଯେ ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ।
ଅନ୍ୟପଟେ ଯୁକ୍ତ ଦୁଇ ପରୀକ୍ଷାରେ କପିକୁ ରୋକିବା ଲାଗି, ସମସ୍ତ ପରୀକ୍ଷା ହଲରେ ସିସିଟିଭି କ୍ୟାମେରା ଲଗାଯାଇଛି। ବର୍ତ୍ତମାନ ଏଆଇ କ୍ୟାମେରା ପରୀକ୍ଷାର୍ଥୀଙ୍କ ଉପରେ କଡ଼ା ନଜର ରଖୁଛି। ଏହି ସମସ୍ତ ବ୍ୟବସ୍ଥା ହେବା ସତ୍ତ୍ୱେ ବର୍ତ୍ତମାନ ସିଏଚଏସଇ ପକ୍ଷରୁ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ ପାଇଁ ପ୍ରସ୍ତୁତି ଚାଲିଛି।
