ନ୍ୟୁଜ ଡେସ୍କ: ମିଠା ଦୋକାନ ରେ ସଟ୍ ସର୍କିଟ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଘଟଣାରୁ ପ୍ରକାଶ ବଣିଆଡିହା ଗ୍ରାମର ରମେଶ ଚନ୍ଦ୍ର ସାହୁ ଦୀର୍ଘ ବର୍ଷ ଧରି ଲଙ୍ଗଳେଶ୍ବର ବଜାରରେ ଏକ ମିଠା ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଇ ଆସୁଥିଲେ। ଆଜି ଭୋର ୪ ସମୟରେ ଦୋକାନ ଘରୁ ଧୂଆଁ ବାହାରିବାରୁ ଲୋକମାନେ ଭୟଭୀତ ହୋଇ ଦୋକାନୀ ଶ୍ରୀ ସାହୁଙ୍କୁ ଖବର ଦେଇଥିଲେ । ଦୋକାନୀ ସଟର ଖୋଲିବା ପୂର୍ବରୁ ସବୁକିଛି ନିଆଁ ର ଆଁ ଭିତରେ ଭସ୍ମୀଭୂତ ହେବାରୁ ଚାରିଆଡେ ଧୂଆଁ ଓ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଥିଲା ଗ୍ରାମର ଯୁବକ ମାନଙ୍କ ଦ୍ଵାରା ନିଆଁ କୁ ଆୟତ୍ତ କରିଥିଲେ। ଦମକଳ ବାହୀନି ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚି ବାରୁ ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ଅଗ୍ନିକାଣ୍ଡରେ ଦୁଇଟି ଫିଜି, ବଡ଼ ସୋକେସ,ବହୁତ ଗୁରୁତ୍ବପୁର୍ଣ କାଗଜପତ୍ର,ନଗଦ ଟଙ୍ଗା ପୋଡ଼ି ପାଉଂଶ ହୋଇଯାଇଛି। ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ବଜାର ବାସୀ ଦାବି କରିଛନ୍ତିି, ତହସିଲଦାର ଜନକ କୁମାର ନାୟକ ଙ୍କ ନିର୍ଦ୍ଦେଶରେ ବଳରାମପୁର ଆରାଇ ନଟବର ଦତ୍ତ ଘଟଣାର ତଦନ୍ତ କରିଛନ୍ତି।