ନ୍ୟୁଜ ଡେକ୍ସ: ସୁଭଦ୍ରା’ରୁ ଅପଟ ଆଉଟ ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। ଭୁଲରେ ଅପଟ୍ ଆଉଟ ହୋଇଯାଇଥିଲେ ହିତାଧିକାରୀ ପୁଣିଥିରେ ଲଗ୍ ଇନ୍ କରି ନେଇପାରିବେ ସୁବିଧା। ଏଥିପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି। ‘ସୁଭଦ୍ରା’ ପୋର୍ଟାଲରେ ନୂଆ ବ୍ୟବସ୍ଥା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ସୋଶାଲ ମିଡ଼ିଆ Xରେ ଉଲ୍ଲେଖ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ସମ୍ପର୍କରେ ଅନେକ ଗୁଡିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି।
ବିଶେଷକରି ଭୁଲରେ OPT OUT ହୋଇଯାଇଥିବା ‘ସୁଭଦ୍ରା ହିତାଧିକାରୀ’ଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି।ଯେଉଁମାନେ OPT IN କରିବାକୁ ଚାହୁଁଛନ୍ତି ସେମାନେ ପୋର୍ଟାଲରେ ପ୍ରଥମେ LOG IN କରିବେ ଏବଂ OPT IN କରିପାରିବେ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୂଚନାଥାଉକି, ପୂର୍ବରୁ ଗତ ଶନିବାର ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ବଡ଼ ଘୋଷଣା କରିଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା।
ଏମିତିକି ମାର୍ଚ୍ଚ ୩୦ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ଏକାଥରକେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି। ଏନେଇ ବ୍ୟାଙ୍କ ଗୁଡ଼ିକ ସହିତ ବୈଠକ ସରିଛି। ମୋବାଇଲ ଅପଡେଟ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ହିତାଧିକାରୀ ‘ସୁଭଦ୍ରା’ରୁ OPT OUT ହୋଇଯାଇଥିଲେ ଏବଂ ଏହି ସମ୍ପର୍କରେ ଅନେକ ଗୁଡିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି।
