ନ୍ୟୁଜ ଡେକ୍ସ: କିଛି ଦିନ ବ୍ୟବଧାନରେ ପୁଣି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କଷ୍ଟମସ୍ ଅଧିକାରୀମାନେ ଜଣେ କେରଳୀ ଚାଲାଣକାରୀଙ୍କୁ ଧରିଛନ୍ତି ।
ଚାଲାଣକାରୀ ଜଣକ ବିସ୍କୁଟ୍ ପ୍ୟାକେଟ୍ରେ ଭର୍ତ୍ତି କରି ଏହି ଗଞ୍ଜେଇ ଆଣୁଥିଲେ । ସୂଚନା ମୁତାବକ, ଜଣେ କେରଳର ବାସିନ୍ଦା ଖାଦ୍ୟ ପୁଡ଼ିଆ ଭିତରେ ନିଶାଦ୍ରବ୍ୟ ପୁରାଇ ବ୍ୟାଙ୍କକ୍ରୁ ଆଣୁଥିଲେ । ବ୍ୟକ୍ତି ଜଣକ କମିଶନ ନେଇ ନିଶାଦ୍ରବ୍ୟ ଚାଲାଣ କରୁଥିଲେ । ଏବିଷୟରେ କଷ୍ଟମ ବିଭାଗ ଓ ଡ଼ିଆରଆଇ ଖବର ପାଇଥିଲା । ଖବର ପାଇ ଭୁବନେଶ୍ୱର ଏୟାରପୋର୍ଟରୁ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ସମସ୍ତ ନିଶାଦ୍ରବ୍ୟ ଜବତ କରିଛି କଷ୍ଟମ ବିଭାଗ ଓ ଡ଼ିଆରଆଇ ।
ଏନେଇ ଡ଼ିଆରଆଇ ସୂଚନା ଦେଇଛନ୍ତି ।ତେବେ ଘଟଣାର ତଦନ୍ତ ଜାରି ରହିଥିବାରୁ ବିଭାଗୀୟ ଅଧିକାରୀମାନେ ସବିଶେଷ ବିବରଣୀ ଦେଇନାହାନ୍ତି । ତେବେ ବ୍ୟାଙ୍କକ୍ ରୁ ଏହି କେରଳୀ ଜଣକ ଭୁବନେଶ୍ବର ଆସୁଥିବା ବିମାନରେ ଗଞ୍ଜେଇ ନେଇ ଆସୁଥିବା ଜଣାପଡିଛି ।
