Mon. Dec 23rd, 2024

ନ୍ୟୁଜ ଡେସ୍କ: ସଙ୍ଗେ ଧରି ମହାପାର୍ବଣ ର ସମ୍ଭାର ଧରାବତରଣ କରିଛି ଶରତ ଋତୁ । ପାର୍ବଣ ଋତର ଆଗମନରେ ଥିରି ଥିରି ପବନରେ କାଶତଣ୍ଡି ଫୁଲ ଖିଲି ଖିଲି ହସିଥାଏ । ଧୋବ ଫର ଫର ହୋଇ ଝଟକି ଥାଏ ସୂର୍ଯ୍ୟଙ୍କ କିରଣରେ ।

ଚାନ୍ଦି ପରି ଚିକ୍ ଚିକ୍ କରି ଝଟକି ଥାଏ ଏହି ଧରାପୃଷ୍ଠରେ। ପୁଣି କେତେ ବେଳେ ମେଘୁଆ ଆକାଶର ଭଷା ବାଦଲ ସହିତ ତାଳ ଦେଇ ନାଚି ଉଠିଥାଏ । ବୁଦା ବୁଦା ଫୁଲ ଶରତେ ଖେଳି ବୁଲୁଥାଏ । ସ୍ଥାୟିତ୍ଵ ନଥିବାରୁ ସବୁ ଦୁଃଖକୁ ଜାବୁଡି ଧରି ପଡି ରହିଥାଏ ।ଶରତରେ ଧରଣୀ ରାଣୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ ଏହି କାଶତଣ୍ଡି । ଜଣାଇଦିଏ ଧରାପୃଷ୍ଠକୁ ମା’ଙ୍କ ଆଗମନ ସମ୍ପର୍କରେ । ଦିନକେଇଟା ପରେ ଶାରଦୀୟ ଦୁର୍ଗାପୂଜା ମାଆଙ୍କୁ ସ୍ୱାଗତ କରୁଛି ।ପବନରେ କାଶତଣ୍ଡିର ଦୋଳୀୟମାନ ଶୋଭାରାଜିକୁ ପାଖରୁ ଦେଖିଲେ ଯେ କେହିବି ଆନମନା ହୋଇଯିବ ।

ଆଉ ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଧରଣୀ ରାଣୀ ଉପରେ ଢାଙ୍କି ହୋଇପଡିଛି ଧଳା ଚାଦରଟିଏ । ବାସହୀନ କାଶତଣ୍ଡି ଦେବ ପୂଜାରେ ବି ଲାଗେନାହିଁ ସତ, ହେଲେ ଶରତରେ ଧରାପୃଷ୍ଠର ସୌନ୍ଦର୍ଯ୍ୟ ମଣ୍ଡନ କରେ । କାଶତଣ୍ଡି ଫୁଟିବା ପାଇଁ ଲୋଡ଼ା ନ ଥାଏ କୌଣସି ଉଦ୍ୟାନ କିମ୍ବା ମାଳିର ଯତ୍ନ । ନଦୀପଠା, ରାସ୍ତାପାର୍ଶ୍ଵ ବିଲ ପାଖ ଯେଉଁଠି ପାରୁଛି ସେଇଠି ଫୁଟୁଛି ଆଉ ବଢ଼ାଉଛି ଧରଣୀ ରାଣୀର ସୌନ୍ଦର୍ଯ୍ୟ ।

Leave a Reply

Your email address will not be published. Required fields are marked *