Thu. Oct 23rd, 2025

ନ୍ୟୁଜ ଡେକ୍ସ: ବନ୍ଦ ରହିବ ଭିତରକନିକା । ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏଁ ବଉଳା କୁମ୍ଭୀର ଗଣନା ହେବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜର ନଦୀନାଳରେ ହେବ ଗଣନା। କୁମ୍ଭୀର ଗଣନା ପାଇଁ ଭିତରକନିକାର ୫ଟି ରେଂଜରେ ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଟିମ୍‌ରେ ୭/୮ ଜଣ ବନ କର୍ମଚାରୀ ସାମିଲ ହୋଇଛନ୍ତି ।

ସେପଟେ ଗଣନା କାର୍ଯ୍ୟ ପାଇଁ ଭିତରକନିକାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । କୁମ୍ଭୀର ବିଶାରଦ ଡଃ ସୁଧାକର କରଙ୍କ ନେତୃତ୍ବରେ ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ଚାଲିଛି କୁମ୍ଭୀର ଗଣନା । ଭିତରକନିକାକୁ ସଲଗ୍ନ ଥିବା ନଦୀ, ନାଳଗୁଡ଼ିକରେ ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ ।

ପ୍ରଥମ ଥର ପାଇଁ ଭିତରକନିକା ବାହାର ନଦୀ ନାଳରେ ମଧ୍ୟ କୁମ୍ଭୀର ଗଣନା କରାଯାଉଛି । କୁମ୍ଭୀର ଗଣନା ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଛି।

Leave a Reply

Your email address will not be published. Required fields are marked *