Thu. Oct 23rd, 2025

ନ୍ୟୁଜ ଡେକ୍ସ: ଏଣିକି ପ୍ରଥମଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କୁ ୬ ବର୍ଷ ବୟସ ହୋଇଥିବା ଦରକାର । ନଚେତ୍ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ । ଏହାସହିତ ସବୁ ପ୍ରାଥମିକ ସ୍କୁଲରେ ‘ଶିଶୁ ବାଟିକା’ ଖୋଲିବ । ଏହା ଦ୍ବାରା ୫-୬ବର୍ଷ ବୟସର ପିଲାମାନଙ୍କୁ ‘ପ୍ରି ସ୍କୁଲ ଶିକ୍ଷା’ରେ ନାମ ଲେଖାଇବାର ସୁଯୋଗ ମିଳିବ । ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ସେହିପରି ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଏକ ଶିଶୁବାଟିକା’ ଖୋଲାଯିବ । ୫ରୁ ୬ ବର୍ଷ ମଧ୍ୟରେ ଥିବା ଶିଶୁମାନେ ଏଠାରେ ନାମ ଲେଖାଇପାରିବେ । ସେମାନଙ୍କୁ ପ୍ରି-ସ୍କୁଲ ଶିକ୍ଷା ବା ପ୍ରାକ-ସ୍କୁଲ ଶିକ୍ଷା ପ୍ରଦାନ କରାଯିବ । ସେମାନେ ୬ ବର୍ଷରେ ପହଞ୍ଚିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ। ଏହି ନିୟମ ଚଳିତ ଶିକ୍ଷାବର୍ଷ ଠାରୁ କାର୍ଯ୍ୟକାରୀ ହେବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।ସୂଚନାଯୋଗ୍ୟ ଯେ, ୨୦୨୫-୨୬ ଶିକ୍ଷା ବର୍ଷରେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜାତୀୟ ଶିକ୍ଷା ନୀତିରେ ପ୍ରାରମ୍ଭିକ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ବିଦ୍ୟାଳୟରେ ପୁରୁଣା ୧୦+୨ ପାଠ୍ୟ ଖସଡ଼ା ସ୍ଥାନରେ ୫+୩+୩+୪ ପାଠ୍ୟକ୍ରମ ଲାଗୁ କରାଯିବ। ଏହା ଅନୁଯାୟୀ ବୟସ ଯଥାକ୍ରମେ ୩ରୁ ୮ ବର୍ଷ, ୮ରୁ ୧୧ ବର୍ଷ, ୧୧ରୁ ୧୪ ବର୍ଷ ଏବଂ ୧୪ରୁ ୧୮ ବର୍ଷ ରଖାଯାଇଛି। ପ୍ରାକ୍ ବିଦ୍ୟାଳୟରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାକୁ ବ୍ୟାପକ କରିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁରୁତ୍ଵାରୋପ କରାଯାଇଛି।

Leave a Reply

Your email address will not be published. Required fields are marked *