Fri. Oct 24th, 2025

ନ୍ୟୁଜ ଡେକ୍ସ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଦିନ ଚାଲିଗଲା ହାତୀ ଛୁଆର ଜୀବନ । ଗତ ୬ତାରିଖରେ କରଞ୍ଜିଆରୁ ଉଦ୍ଧାର ହୋଇଥିବା ଏହି ଛୁଆ ହାତକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିବା ନନ୍ଦନକାନନର ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।

ହାତୀର ବୟସ ୫ ରୁ ୬ ବର୍ଷ ହେବ। ସୂଚନା ମୁତାବକ, ଚଳିତ ମାସ ୫ ତାରିଖ ବିଳମ୍ବିତ ରାତିରେ କରଞ୍ଜିଆ ବନବିଭାଗ ଏକ ସ୍ବତନ୍ତ୍ର ଗାଡ଼ିରେ ହାତୀ ଛୁଆଟିକୁ ଆଣିଥିବା ବେଳେ ୬ ତାରିଖରେ ଚିକିତ୍ସା ପାଇଁ କରଞ୍ଜିଆରୁ ନନ୍ଦନକାନନ ଆସିଥିଲା । ହାତୀ ଶାଳର ଏକ ସ୍ଵତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ହାତୀ ଛୁଆଟିକୁ ରଖାଯାଇଥିଲା ।

ସେଠାରେ ତାର ଚିକିତ୍ସା କରାଯାଉଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *