ନ୍ୟୁଜ ଡେକ୍ସ: ୭୬ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। କଳା, ସମାଜସେବା, ଚିକିତ୍ସା, ଶିଳ୍ପ, ସାହିତ୍ୟ, କୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଟ୍ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ ଭାରତ ସରକାର।
ଏହି ତାଲିକାରେ ଓଡ଼ିଶାର ୪ ଜଣ ଅଛନ୍ତି। ସେମାନେ ହେଲେ ଦୁର୍ଗାଚରଣ ରଣବୀର, ପ୍ରତିଭା ଶତପଥୀ, ଅଦ୍ବୈତ ଚରଣ ଗଡ଼ନାୟକ ଓ ଡା. ଅଶୋକ କୁମାର ମହାପାତ୍ର। ଏହି ଅବସରରେ ଡାକ୍ତର ଅଶୋକ ମହାପାତ୍ରଙ୍କୁ SOA ପ୍ରତିଷ୍ଠାତା ମନୋଜ ରଞ୍ଜନ ନାୟକ ଶୁଭେଚ୍ଛା ଜଣାଇଛନ୍ତି। ପୁରସ୍କାର ଘୋଷଣା ପରେ ନ୍ୟୁଜ୭କୁ ଅଶୋକ ମହାପାତ୍ର କହିଛନ୍ତି ଯେ- ପୁରସ୍କାର ପାଇଁ ମୁଁ ମହାପ୍ରଭୁ ଜଗନ୍ନାଥ ଓ SOA ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଉଛି।
କୌଣସି ଫଳର ଆଶା ନରଖି କାମ ଜାରି ରଖିଛି। ସେହିପରି ମେଡିସିନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ। ସେହିପରି ଶିକ୍ଷା କ୍ଷେତ୍ରରେ ପ୍ରତିଭା ଶତପଥୀ, କଳାରେ ଦୁର୍ଗା ଚରଣ ରଣବୀର ଓ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ ଚରଣ ଗଡ଼ନାୟକଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ।
