Sat. Feb 21st, 2026

ନ୍ୟୁଜ ଡେକ୍ସ:ଉତ୍କର୍ଷ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା। ସୁଭଦ୍ରା ଯୋଜନାରେ ନିଆଗଲା ଆଉ ତିନୋଟି ପଦକ୍ଷେପ। ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ଭଳି ତିନୋଟି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ତେବେ ଆଗାମୀ ଦିନରେ ଶୁଣ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଋଣ କେମିତି ନେଇପାରିବେ ଏହି କାର୍ଯ୍ୟକ୍ରମ ଜରିଆରେ କିଛି ସନ୍ଦେହ ଥିଲେ ବିଭାଗକୁ ପଚାରି ପାରିବେ ଏବଂ ଯୋଗାଯୋଗ କରିପାରିବେ।

ଏଥିରେ ମହିଳାମାନଙ୍କ ଯୋଜନା ବିଷୟରେ କିଛି ସନ୍ଦେହ ଥିଲେ ବିଭାଗକୁ ପଚାରିପାରିବେ ଓ ଯୋଗାଯୋଗ କରିପାରିବେ । ଏପରିକି ଋଣ କେମିତି ନେଇପାରିବେ ପଚାରି ବୁଝି ପାରିବେ। ସେହିପରି କୁହ ସୁଭଦ୍ରାରେ ବିଭାଗ ହିତାଧିକାରୀଙ୍କୁ କଲ୍ କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବ । ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ହେବ ତାଙ୍କୁ ଏଥିରେ ଯୋଡିବା ପାଇଁ ସୁଭଦ୍ରା ସେତୁ କାମ କରିବ। ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ତାଲିମ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ୩ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ରାଶି ସରକାର ଦେଇଛନ୍ତି । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଯୋଜନାରେ ସାମିଲ କରି କୋଟିଏ ହିତାଧିକାରୀ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

କିନ୍ତୁ ଆକାଉଣ୍ଟରେ ତାଳମେଳ ନ ରହିବା, କେୱାଇସି ଅପଡେଟ୍, ଅଜାଣତରେ ଅପ୍ଟ ଆଉଟ ଭଳି କାରଣ ପାଇଁ ବହୁ ହିତାଧିକାରୀଙ୍କୁ ଟଙ୍କା ପାଇବାରେ ବିଳମ୍ବ ହେଉଛି।ଉପମୁଖ୍ୟମନ୍ତ୍ରୀ କହିଲେ ଅନେକ ମାଇଗ୍ରାଣ୍ଟ ମହିଳା ରାଜ୍ୟ ବାହାରେ ଅଛନ୍ତି। ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାଁନ୍ତି। ସେମାନେ ଜଲଦି ଆବେଦନ କରନ୍ତୁ ସରକାର ତାଙ୍କୁ ବି ସୁଭଦ୍ରା ଟଙ୍କା ଦେବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *