Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଜି ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ରୀୟ ବଜେଟ୍ ୨୦୨୫-୨୬। ବଜେଟ୍ର ମୋଟ୍ ଆକାର ୫୦.୬୫ ଲକ୍ଷ କୋଟିର ରହିଛି। ଶାସକ ଏନଡିଏ ବଜେଟ୍କୁ ୨୦୪୭ ବିକଶିତ ଭାରତର ଏକ ଅୟମାରମ୍ଭ କହୁଥିବା ବେଳେ ବିରୋଧୀ ଏହା ଏକ ନିରାଶଜନକ ବଜେଟ୍ ବୋଲି କହିଛନ୍ତି।

ଏହି କ୍ରମରେ ଓଡିଶାରେ ବିରୋଧୀ ବିଜେଡି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍ ନିରାଶଜନକ ବୋଲି କହିଛନ୍ତି।ନବୀନ ଏକ୍ସରେ କଡ଼ା ସମାଲୋଚନା କରି ଲେଖିଛନ୍ତି ଯେ, ଆଜି ଦେଶର ଯୁବପିଢ଼ି ପାଇଁ ଚାକିରିର ଆବଶ୍ୟକତା ଥିବା ବେଳେ ସାଧାରଣ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିର ଶିକାର ହେଉଛନ୍ତି। ଏହି ଦୁଇ ବିଷୟକୁ ବଜେଟରେ ଉପସ୍ଥାପିତ ନକରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।ନବୀନ ଆହୁରି କହିଛନ୍ତି, ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଥିବା ଓଡ଼ିଶା ସ୍ୱତନ୍ତ୍ର ବର୍ଗର ମାନ୍ୟତା ପାଇଁ ଦାବି କରିଆସୁଛି। ହେଲେ ଅନ୍ୟ ରାଜ୍ୟଗୁଡ଼ିକ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଉଥିବାବେଳେ, କେନ୍ଦ୍ର ସରକାର ଓଡିଶାର ପ୍ରକୃତ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଚଳିତ ବଜେଟ୍ ନେଇ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁସୋସିଆଲ ମିଡ଼ିଆ ଏକ୍ସ ଜରିଆରେ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନାଗରିକଙ୍କୁ ସଶକ୍ତ ଓ ଅର୍ଥନୀତିକୁ ସମୃଦ୍ଧ କରିବ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *