ନ୍ୟୁଜ ଡେସ୍କ: ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରେ ଚାଲିଥିବା ୪୫ତମ ଫିଡେ ଚେସ୍ ଅଲିମ୍ପିଆଡ୍ରେ ଉଜ୍ବେକିସ୍ତାନ ଶୁକ୍ରବାର ଭାରତର ଏଗାତାର ୮ ବିଜୟ ଧାରାରେ ବ୍ରେକ୍ ଲଗାଇଛି। ଓପନ୍ ର୍ୟାଙ୍କିଙ୍ଗଗ୍ରେ ଭାରତର ମୁକାବିଲା ଉଜ୍ବେକିସ୍ତାନ ସହ ହୋଇଥିବା ବେଳେ ଦୁଇ ଟିମ୍ ୨-୨ର ଡ୍ର’ ଖେଳିଥିଲେ।
ଟୁର୍ଣ୍ଣାମେଣ୍ଟର ନବମ ରାଉଣ୍ଡ୍ ଶେଷ ହେବାପରେ ଭାରତ ଓପନ୍ କାଟାଗୋରୀରେ ୧୭ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ୩.୫-୦.୫ରେ ପରାସ୍ତ କରି ଭାରତ ସ୍ବର୍ଣ୍ଣ ପଦକର ନିକଟତର ହୋଇଛି। ଡି ଗୁକେଶ, ଅର୍ଜୁନ ଇରିଗାସି ଓ ବିଦିତ ଗୁଜୁରାଟୀ ଯଥାକ୍ରମେ ପର୍ହମ ମଘସୁଦଲୁ, ବର୍ଦିୟା ଦାନେସ୍ଭର ଓ ଇଦାନି ପୌୟାଙ୍କୁ ପରାସ୍ତ କରିଛନ୍ତି। ଆର୍ ପ୍ରଜ୍ଞାନନ୍ଦ ଓ ଅମିନ ତାବାଟାବେଇଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ରହିଛି।
ଏହି ବିଜୟ ଫଳରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ଭାରତ ୧୬ ପଏଣ୍ଟରେ ଏକକ ଅଗ୍ରଣୀ ବଜାୟ ରଖିଛି । ଅନ୍ୟପକ୍ଷରେ ମହିଳା ଦଳ ପ୍ରଥମ ଥର ପରାଜୟର ସାମ୍ନା କରିଛି। ଅଷ୍ଟମ ରାଉଣ୍ଡରେ ପୋଲାଣ୍ଡ ନିକଟରୁ ଭାରତ ୧.୫-୨.୫ରେ ପରାଜିତ ହୋଇଛି। ପରାଜୟ ସତ୍ତ୍ବେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଭାରତ ପଛକୁ ପୋଲାଣ୍ଡ ଓ କାଜାଖସ୍ତାନ ୧୪ ପଏଣ୍ଟ ଲେଖାଏଁ ପାଇ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।