ନ୍ୟୁଜ ଡେକ୍ସ: ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି । ଲିଭର ସିରୋସିସ ପରି ଗମ୍ଭୀର ରୋଗରେ ପୀଡିତ ହୋଇ ଗତ ୩ ଦିନ ଧରି କିମ୍ସରେ ଚିକିତ୍ସିତ ହେଉଥିଲେ ଅଭିନେତା । ବର୍ତ୍ତମାନ ତାଙ୍କର ଅବସ୍ଥା ଗୁରୁତର ଅଛି । ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଅଧିକ ଚିକିତ୍ସା ଲାଗି ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲକୁ ଏୟାରଲିପ୍ଟ କରାଯିବ ।
ସୂଚନା ଥାଉକି, ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ମହାନ୍ତି ଜଣେ ଅଭିନେତା ।୧୯୭୭ରେ ‘ଅଭିମାନ’ ଫିଲ୍ମ ଜରିଆରେ ଓଲିଉଡ୍ରେ କରିଥିଲେ ଏଣ୍ଟ୍ରି । ଏହାପର ଠାରୁ ଆଉ ପଛକୁ ଫେରିନାହାନ୍ତି ଉତ୍ତମ ମହାନ୍ତି । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡ୍ରେ ଏକ ନୂଆ ଟ୍ରେଣ୍ଡ ସେଟ୍ କରିଥିଲେ ଉତ୍ତମ ।
ବର୍ତ୍ତମାନ ଯାଏଁ ୧୩୫ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ଉତ୍ତମ ମହାନ୍ତି । ଯେଉଁଥିରେ ତାଙ୍କର ନିଖୁଣ ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।ଏପିରିକି ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ଲାଗି ରାଜ୍ୟ ଚଳଚ୍ଚତ୍ରି ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାର ହାତେଇଥିଲେ । ତେବେ ଉତ୍ତମଙ୍କ ଅଭିନୀତ ଦଣ୍ଡା ବାଳୁଙ୍ଗା ତାଙ୍କୁ ଘରେ ଘରେ ବେଶ୍ ପରିଚିତ କରିଥିଲା । ୧୯୮୭ ମସିହାରେ ଓଲିଉଡ୍ର କ୍ୱିନ୍ ଅପରାଜିତଙ୍କୁ ବିବାହ କରିଥିଲେ ।
