Fri. Apr 17th, 2026

ନ୍ୟୁଜ ଡେସ୍କ: ସକାଳେ ପୁଷ୍ଟିକର ଖାଦ୍ୟ ଖାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ ଦେଇଥାଆନ୍ତି। ଏହି କାରଣରୁ ଲୋକେ ଅଧିକାଂଶ ଫଳ ରସ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଆନ୍ତି । ପିଜୁଳି ଖାଇଲେ ଆମକୁ ଫାଇବର ମିଳିଥାଏ,ପିଜୁଳିରେ ଫାଇବର ଥିବାରୁ ଏହା ଆମ କୋଲେଷ୍ଟ୍ରଲ ମାତ୍ରା ଦୂର କରିଥାଏ ।

୧୦୦ ଗ୍ରାମ ପିଜୁଳିରେ ଏକ ଗ୍ରାମ କ୍ୟାଲୋରିର ଶକ୍ତି ରହିଥାଏ,ଗୋଟେ ପିଜୁଳି ଖାଇଲେ ପେଟ ପୁରିଯାଏ,କିନ୍ତୁ ଶରୀରକୁ କମ କ୍ୟାଲୋରି ମିଳିବ,ଲୋକମାନେ ଓଜନ ହ୍ରାସ କରିବାକୁ ଚାହୁଛନ୍ତି,ଏହା ତାଙ୍କୁ ଫାଇଦା ଦେଇଥାଏ,ପିଜୁଳିରେ ଫାଇବର ଥିବାରୁ ଏହା ଚର୍ବିକୁ ଦୂର କରିଥାଏ.ତ୍ୱଚାକୁ ସୁସ୍ଥ ଏବଂ ମଜ୍ବୁତ ରଖିଥାଏ, ନିଜ ସ୍କିନକୁ ଭଲ ରଖିବାପାଇ ଗୋଲାପି ରଙ୍ଗର ପିଜୁଳି ନିଶ୍ଚୟ ଖାଆନ୍ତୁ,ଧଳା ରଙ୍ଗର ପିଜୁଳିରେ ଅଧିକ ଭିଟାମିନ୍-c ଥାଏ ।

ସାଧାରଣ ଥଣ୍ଡା, ସର୍ଦ୍ଦି ଓ ଇନ୍ଫେକ୍ସନରୁ ଦୂରେଇ ରଖେ,ଧଳା ରଙ୍ଗର ପିଜୁଳିରେ ଭିଟାମିନ୍-c ଶରୀରର ରୋଗ ପ୍ରତିରୋଧକ ଶକ୍ତିଠୁ ଦୂରେଇ ରଖେ,ଆମ ଶରୀର ୪୦ ମିଲିଗ୍ରାମ ଭିଟାମିନ୍-c ଆବଶ୍ୟକ କରିଥାଏ,ଗୋଟେ ୧୦୦ ଗ୍ରାମ ପିଜୁଳିରେ ୨୦ ମିଲିଗ୍ରାମ ଭିଟାମିନ୍-c ରହିଥାଏ,ପିଜୁଳି ହାର୍ଟକୁ ସୁସ୍ଥ ରଖିଥାଏ ।ପିଜୁଳି ଖାଇବା ଦ୍ୱାରା ଆମ ଶରୀରରେ ଏନର୍ଜି ମଧ୍ୟ ଆସିଥାଏ । ତେବେ ଆପଣ ଜଦି ଶକ୍ତିଶାଳୀ ହେବାକୁ ଚାହାନ୍ତି ତେବେ ଆପଣ ପିଜୁଳି ପ୍ରତିଦିନ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *