Thu. Oct 23rd, 2025

ନ୍ୟୁଜ ଡେକ୍ସ: ଗତ ଫେବୃଆରୀ ୮ରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି। ଏହି ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ପ୍ରଦାନ କରାଯାଇଛି। ଯାହା ଫଳରେ ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିସାରିଛି।

ହେଲେ ଏବେ ବି ବହୁ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ, ଯେଉଁ ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି ଅଥଚ ଟଙ୍କା ପାଇନାହାନ୍ତି ସେମାନେ ଆଦୌ ବ୍ୟସ୍ତ ହୁଅନ୍ତୁନି । ବ୍ୟାଙ୍କକୁ ଯାଇ ଡିବିଟି କରାନ୍ତୁ । ଏହାପରେ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ ।

ଯଦି ଡିବିଟି ନାହିଁ ତେବେ ବ୍ୟାଙ୍କ କୁ ଯାଇ ଏନାବୁଲ୍‌ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ ପରିଡ଼ା । କେଉଁ କେଉଁ ମାନଙ୍କର ରିଜେକ୍ଟ ହୋଇଯାଇଛି ତାର ତାଲିକା ‘ଅଙ୍ଗନବାଡ଼ି କେନ୍ଦ୍ର ଓ ବ୍ଲକରେ ଅଛି । ଏହି ସ୍ଥାନକୁ ଯାଇ ଚେକିଂ କରନ୍ତୁ । ଯୋଗ୍ୟ ହୋଇଥିଲେ ପୁଣିଥରେ ଆବେଦନ କରନ୍ତୁ । ଏହା କଲେ ମାର୍ଚ୍ଚ ୮ରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିବ । ଆଉ ମାର୍ଚ୍ଚ ୮ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀ ସଂଖ୍ୟା ।

Leave a Reply

Your email address will not be published. Required fields are marked *