Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଇଇଡି ବିସ୍ଫେରଣରେ ଜଣେ ଯବାନ ଆହତ ।ଛତିଶଗଡ଼ ବିଜାପୁରରେ କୋବ୍ରା ବାହିନୀର କମ୍ବିଂ ଅପରେଶନ ବେଳେ ବିସ୍ଫୋରଣ । ଏଥିରେ ଜଣେ ଯବାନ ଆହତ ହୋଇଥିବା ସୁଚନା ମିଳିଛି ।

ଆହତ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।କୋବ୍ରା ବାଟାଲିୟନ ଟିମ୍‌ ଛତିଶଗଡରେ ନକ୍ସଲଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଏହି ସମୟରେ ହୋଇଥିବା ଆଇଇଡି ବିସ୍ଫୋରଣରେ ଜଣେ କୋବ୍ରା ଯବାନ ଆହତ ହୋଇଛନ୍ତି ।

ପୋଲିସ ଅଧିକାରୀଙ୍କ ମୁତାବକ, ଆହତ ଯବାନ ଜଣଙ୍କ ଅରୁଣ କୁମାର ଯାଦବ । ଆଇଡି ବିସ୍ଫୋରଣରେ ସେ ଆହତ ହୋଇଥିବା ବେଳେ ତାଙ୍କୁ ରାୟପୁର ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *