Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଧାନସଭା ବଜେଟ ଅଧିବେଶନର ପ୍ରଶ୍ନକାଳରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ। କଟକର ଐତିହାସିକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବାକୁ ୟୁନେସ୍କୋ ସହ ରାଜ୍ୟ ସରକାର ଯୋଗାଯୋଗରେ ଥିବା ନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଦାବିରେ ଏନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ।

କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦୋସ ମଧ୍ୟ ନିଲାମ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଥିଲେ। ଏହାକୁ ଉଛେଦ କରିବାକୁ ସେ ଦାବି ଉଠାଇଲେ। ନିଲାମ ପ୍ରକ୍ରିୟା ବନ୍ଦ ନହେଲେ ବାଲିଯାତ୍ରାର ମାନ ହ୍ରାସ ପାଉଛି। ଅନ୍ୟପଟେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ବାଲିଯାତ୍ରାରେ ତାରକସି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବହୁ ଉଦ୍ୟମ କରିଥିଲେ।

ବାଲିଯାତ୍ରାରେ ତାରକଶି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ବିଧାନସଭାରେ ଦାବି କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବହୁ ଉଦ୍ୟମ କରିଥିଲେ ବୋଲି କହିଥିଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଏହାର ଉତ୍ତରରେ ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ, ଆଗକୁ ତାରକଶି ଷ୍ଟଲ ପାଇଁ ବି ବ୍ୟବସ୍ଥା ହେବ । ହେଲେ ଜାତୀୟ ମାନ୍ୟତା ଦେବା ସେମାନଙ୍କର କାମ । ବାଲିଯାତ୍ରାକୁ ୟୁନେସ୍କୋର କିପରି ଜାତୀୟ ମାନ୍ୟତା ମିଳିବ, ସେନେଇ ଏକ ବିଶେଷଜ୍ଞ ଟିମ ୟୁନେସ୍କୋ ଟିମ୍ ସହ ଯୋଗାଯୋଗରେ ଅଛନ୍ତି । ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖା ଅଛି ବୋଲି କହିଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *