Mon. Dec 23rd, 2024

ଓଡ଼ିଶା: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରୀ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ର ଏଲୁର ମେଡିକାଲ୍‌ କଲେଜର ୨ ଡାକ୍ତରୀ ଛାତ୍ରୀ ଭାସିଯାଇ ମୃତ। ଜଣେ ଛାତ୍ର, ଜଣେ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଏବେ ବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି। ମାଲକାନଗିରି ସୀମାନ୍ତ ଆନ୍ଧ୍ର ଆଲୁରୀ ଜିଲ୍ଲା ତରଙ୍ଗିନୀ ବୁଲି ଆସିଥିଲେ ମେଡିକାଲ ଛାତ୍ର।

ତେବେ ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବା ବେଳେ ହଠାତ ପ୍ରଖର ସ୍ରୋତର ଜଳ ଆସିବାରୁ ୪ଜଣ ଝିଅ ଛାତ୍ରୀ ଓ ଜଣେ ଛାତ୍ର ପାଣି ମଧ୍ୟରେ ଭାସି ଯାଇଥିଲେ। ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଉଦ୍ଧାର କରଯାଇଥିଲା ଏବଂ ଅନ୍ୟ ୩ଜଣ ଛାତ୍ରୀ ପାଣି ମଧ୍ୟରେ ଭାସି ଯାଇଥିଲେ। ଉଦ୍ଧାର ହୋଇଥିବା ୨ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ୧୩ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଝରଣା ନିକଟରେ ବସି ଗପସପ କରୁଥିଲେ।

ଏହି ସମୟରେ ହଠାତ୍ ଝରଣା ପାଣି ମାଡ଼ି ଆସିଥିଲା। ୪ ଜଣ ଛାତ୍ରୀ ଓ ଜଣେ ଡାକ୍ତରୀ ଛାତ୍ର ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଜଣେ ଡାକ୍ତରୀ ଛାତ୍ର ଓ ଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ବହୁ ଖୋଜାଖୋଜି ପରେ ଅନ୍ୟ ୨ ଜଣ ଛାତ୍ରୀଙ୍କର ମୃତଦେହ ମିଳିଥିଲା। ହେଲେ ଏବେ ବି ଜଣେ ଡାକ୍ତରୀ ଛାତ୍ରୀ ନିଖୋଜ ଅଛନ୍ତି।

Leave a Reply

Your email address will not be published. Required fields are marked *