Sun. Feb 22nd, 2026
Screenshot

ନ୍ୟୁଜ ଡେକ୍ସ: ଆଉ ନାହାନ୍ତି ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ । ୯୫ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି । ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ସେ । ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ସେ ନାତିନାତୁଣୀ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ଗହଣରେ ଖିଆପିଆ କରିଥିଲେ। ତାଙ୍କର କୌଣସି ରୋଗନଥିଲା ବେଳେ ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।

ତେବେ ତାଙ୍କର ଅନ୍ତିମ ସଂତ୍କାର ଲୋଧି ରୋଡ୍ ଶ୍ମଶାନରେ କରାଯିବ ବୋଲି ଜଣାପଡିଛି।ତାଙ୍କ ପରିବାରରେ ଝିଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁମିତା ରାଉତ, ଏବଂ ପୁଅ ମନୋଜ ଏବଂ ମନ୍ମଥ ରାଉତ ଅଛନ୍ତି। ୨୦୧୭ ମସିହାରେ ତାଙ୍କ ପତ୍ନୀ ମମତା ରାଉତଙ୍କ ମୃତ୍ୟୁ ହୋଇଥିଲା।

Screenshot

Leave a Reply

Your email address will not be published. Required fields are marked *