ନ୍ୟୁଜ ଡେକ୍ସ: ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ନିକଟ ବସ୍ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ଦୁଇ ଜଣ ଯୁବକଙ୍କୁ ମୋ ବସ ଧକ୍କା ଦେବା ଘଟଣାରେ ଡ୍ରାଇଭର ଓ ଗାଇଡଙ୍କୁ ବାହାର କରିଦିଆଯାଇଛି।ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଗୁରୁତର ଯୁବକମାନେ ହେଉଛନ୍ତି ପୁରୀର ରଞ୍ଜିତ ବେହେରା ଏବଂ ହ୍ରୁଦାନନ୍ଦ। ତେବେ ଜଣଙ୍କର ଗୋଡ଼ରେ ପ୍ରବଳ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର କାନ୍ଧରେ ଆଘାତ ଲାଗିଥିଲା। ତେବେ ସୂଚନା ମୁତାବକ, ମାଷ୍ଟର କ୍ୟାଣ୍ଟିନ ଛକରେ ଅଟୋକୁ ଅପେକ୍ଷା କରି ମୋ ବସ ଆଗରେ ବସିଥିଲେ ୨ ଜଣ।ଏହି ସମୟରେ ମୋ ବସ ରୁଟ ନମ୍ବର ୨୩ ଗାଡ଼ିଟି ସେମାନଙ୍କ ଉପରେ ମାଡି ଯାଇଥିଲା। ଏଥିରେ ରଞ୍ଜିତ ବେହେରା ଏବଂ ହୃଦାନନ୍ଦ ମହାନ୍ତି ଆହତ ହୋଇଥିଲେ।
ଯୁବକ ରଞ୍ଜିତ ବେହେରାଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିବା ବେଳେ ଅନ୍ୟଜଣେ ହୃଦାନନ୍ଦ ମହାନ୍ତିଙ୍କ କାନ୍ଧ ଓ ଅଣ୍ଟାରେ ଆଘାତ ଲାଗିଥିଲା। ତେବେ ଏହି ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇ ରହିଥିଲା। ଏହାକୁ ଦେଖି କ୍ରୁଟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
